jayashree

ସୁନ୍ଦରଗଡ ଜିଲ୍ଲା ଲେଖକ ସାମ୍ମୁଖ୍ୟର ଅଷ୍ଟାଦଶ ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଜିଲ୍ଲା ଲେଖକ ସାମ୍ମୁଖ୍ୟ, ରାଉରକେଲାର ଅଷ୍ଟାଦଶ ବାର୍ଷିକୋତ୍ସବ ଛେଣ୍ଡସ୍ଥିତ ଗୋପବନ୍ଧୁ ପାଠାଗାର ପରିସରରେରେ ଅନୁଷ୍ଠିତ ହେଇଯାଇଛି । ବରିଷ୍ଠ ସାହିତ୍ୟିକ ଭୂପେନ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦାନ କରି ଅଧ୍ୟାପକ ବିପିନ ମହାନନ୍ଦ କହିଲେ ସାହିତ୍ୟରେ ସମାଜର ବାସ୍ତବତା କଥା ଯେତେ କମ୍ ଥାଏ, ସମାଜ ବାହାରେ ଘଟୁଥିବା କଥା ସେତେ ଅଧିକ ଥାଏ, ତେଣୁ ସବୁ ବିଫଳ କାହାଣୀ ହିଁ ଗୋଟେ ଗୋଟେ ସଫଳ ସାହିତ୍ୟ । ମୁଖ୍ୟଅତିଥି ଭାବେ ଯୋଗଦେଇ ଡ. ଶକ୍ତି ପ୍ରସାଦ ସାମନ୍ତରାୟ କହିଲେ ଯେ, ଆଜିକାଲିକା ସାହିତ୍ୟରେ ବାସ୍ତବତା ଅପେକ୍ଷା କାଳ୍ପନିକ ବିଷୟ ବସ୍ତୁକୁ ଅଧିକ ଗୁରୁତ୍ୱ ଦିଆଯାଉଥିବାରୁ ସମାଜ ଆଜି ବିପଥଗାମୀ ହେଉଛି । ସମ୍ମାନିତ ଅତିଥି ଭାବେ ଶଙ୍କର ପ୍ରସାଦ ତ୍ରିପାଠୀ କହିଲେ ଯେ, ସଂସାରରେ ବାସ୍ତବତା ଓ କଳ୍ପନାର ଆରମ୍ଭ ଓ ଶେଷ ବୋଲି କିଛି ନାହିଁ । ବରେଣ୍ୟ ଅତିଥି ଆଇନଜୀବୀ ଗିରିଶ ମହାପାତ୍ର କହିଲେ ସାହିତ୍ୟରେ ଯଦି ସମାଜର ବାସ୍ତବତା ନ ରହିବ ସେ ସାହିତ୍ୟ କାଳଜୟୀ ସାହିତ୍ୟ କେବେ ବି ହୋଇପାରିବ ନାହିଁ । ପ୍ରାରମ୍ଭରେ ସାଧାରଣ ସଂପାଦିକା ରଶ୍ମିବାଳା ରାଉତରାୟ ବାର୍ଷିକ ବିବରଣୀ ପାଠ କରିଥିଲା ବେଳେ ମୁଖ୍ୟ ଉପଦେଷ୍ଟା ଇଂ. ଅଭୟ କୁମାର ଦାଶ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । କବି ଅର୍ଚ୍ଚନା ପାତ୍ର ମଞ୍ଚ ପରିଚାଳନା କରିଥିଲେ । ଅନୁଷ୍ଠାନର ତ୍ରୈମାସିକ ପତ୍ରିକା ନାଗର ଏବଂ ବାସନ୍ତି ପାତ୍ରଙ୍କ ଉପନ୍ୟାସ ଉନ୍ମୋଚନ କରାଯାଇଥିଲା । ଏହି ଅବସରରେ ବିଜୟ ରାୟ, ଅଙ୍ଗୁରବାଳା ପରିଡା, ବଳରାମ ରାଉଳ, ରାମଚନ୍ଦ୍ର ସାହୁ, ଉର୍ବଶୀ ଦାଶପତି, ବିଷ୍ଣୁପ୍ରିୟା ମହାପାତ୍ରଙ୍କୁ ସାରସ୍ୱତ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଶେଷରେ ଚିତ୍ତ ରଂଜନ ବ୍ରହ୍ମା ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଡ. ଗୀତାଞ୍ଜଳି ପତ୍ରୀଙ୍କ ସଭାପତିତ୍ୱ ଏବଂ ନିରୁପମା ପତି, ଗୀତାରାଣୀ ବେହେରାଙ୍କ ସଂଯୋଜନାରେ କବି ରାଜୀବ ପାଣି, ମୀନକେତନ ପଶାୟତ, ପ୍ରତାପ କୁମାର ପଣ୍ଡା, ଆର୍ତ୍ତତ୍ରାଣ ମହାପାତ୍ର, ଅଙ୍ଗୁରବାଳା ପରିଡା, ଗୌତମ ଦାସ, ଅଜୟ ମହାନ୍ତି, ସଂଗ୍ରାମ ସିଂ ସାମଲ, ନିରଂଜନ କରଣ, ସବିତା ପରିଡା, ଦିପ୍ତି ମହାନ୍ତି, ବଳରାମ ଦାଶ ପ୍ରମୁଖ କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନିଲ ଦାଶ, ପଶୁପତି ନାଥ ଚାଟାର୍ଜୀ,ସୂର୍ଯ୍ୟମଣୀ ପଣ୍ଡା, ବିଜୟିନୀ ଜେନା, ଡଲିରାଣୀ ବ୍ରହ୍ମା ମଂଚ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସୁଶାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.