csstore

୫ମ ବାର୍ଷିକ ସଂକୀର୍ତ୍ତନ୍ୟ ମହୋତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସଂକୀର୍ତ୍ତନ୍ୟ କଳା ସଂସ୍କୃତି ମହାସଂଘର ୫ମ ବାର୍ଷିକ ମହୋତ୍ସବ କୁଟାସିଂହା ଡୁଙ୍ଗୁରିପାଲି ଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ମହୋତ୍ସବରେ ପ୍ରାୟ ୪୩ରୁ ଅଧିକ ସଂକୀର୍ତ୍ତନ୍ୟ ଦଳ ସଂକୀର୍ତ୍ତନ୍ୟ ପରିବେଷଣ କରିଥିଲେ । ମୁଖ୍ୟ ଅତିଥି ଭାବେ ଡା. ମୁକେଶ ମହାଲିଙ୍ଗ ଓ ସମ୍ମାନିତ ଅତିଥି ଭାବେ ବିଡିଓ କୁଳଦୀପ ମହାନ୍ତି ଯୋଗ ଦେଇଥିଲେ । ଖୋର୍ଦ୍ଧା, ଜଗତସିଂପୁର, ପୁରୀ, ବରଗଡ, ସମ୍ବଲପୁର, ଝାରସୁଗୁଡା, ସୋନପୁର, ନୂଆପଡା, କଳାହାଣ୍ଡି ଜିଲ୍ଲାର ଜିଲ୍ଲା ସଭାପତି ତଥା ଗୁରୁ କଳାମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଗଲା । ଉକ୍ତ ଉତ୍ସବରେ ବଲାଙ୍ଗିର ଜିଲ୍ଲା ୧୪ ଜଣ ବ୍ଲକ ସଭାପତି ଓ ଆଗଲପୁର ବ୍ଲକର ୪୦ ଜଣ ସଭାପତି/ସମ୍ପାଦକ ସମସ୍ତ ପ୍ରକାର କାର୍ଯ୍ୟ ତୁଳାଇଥିଲେ । ଆଗଲପୁର ବ୍ଲକର ୪୦ ଜଣ ଗୁରୁ କଳାକାରଙ୍କୁ ସମ୍ମାନିତ କରାଯାଇ ତାଙ୍କର ଆଶିର୍ବାଦ ନିଆଯାଇଥିଲା । ଆଗଲପୁର ବ୍ଲକର ୨ ଜଣଙ୍କୁ ଗୌରବ ସମ୍ମାନ ଦିଆଗଲା । ପ୍ରାୟ ୩ ହଜାର କଳାକାର ଓ ଭକ୍ତଙ୍କ ଉପସ୍ଥିତିରେ ନାମମୟ ହୋମ ଉଠିଥିଲା । ନରେନ୍ଦ୍ର ସାହୁ, ସୁଦାମ ସାହୁ, ଭୂମିସୁତା ବରିହା, ତ୍ରିପୁରାରୀ ଭୁଏ, କିଶୋର ଦାଶ, ଅଭି କ୍ଷେତି, ପ୍ରମୋଦ ସାହୁ, ସଦାନନ୍ଦ ମହିସାଲ, ରୀତା ସାହୁ, ଜାଚି ବାଗ, ଦୁଷ୍ମନ୍ତ ପଟେଲ, ବାଲି ଲକ୍ଷ୍ମୀ ସାହୁ, ସୁଭଦ୍ରା ମହାଲିଙ୍ଗ, ବ୍ୟାସ, ରାଧେଶ୍ୟାମ, ପ୍ରେମାନନ୍ଦ ସାହୁ, ପବିତ୍ର, ଝସକେତନ, ଜଗଦୀଶ, ପିତାମ୍ବର ପ୍ରାୟ ୫୦ରୁ ଅଧିକ ବ୍ଲକ କର୍ମକର୍ତ୍ତା ସଭା ଦାୟିତ୍ୱ ନେଇଥିଲେ । ପରିଶେଷରେ ରାଜ୍ୟ ସଂଗଠକ ତଥା ଜିଲ୍ଲା ସଭାପତି ଜିତେନ୍ଦ୍ର କୁମାର ତ୍ରିପାଠି ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.