csstore

ଲକ୍ଷ୍ମୀ ନାରାୟଣ ମନ୍ଦିର ପତଞ୍ଜଳି ଯୋଗ କେନ୍ଦ୍ରର ୧୯ତମ ବାର୍ଷିକ ଉତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲା ପତଞ୍ଜଳି ଯୋଗ ପରିବାରର ସେକ୍ଟର – ୧୪, ଲକ୍ଷ୍ମୀ ନାରାୟଣ ମନ୍ଦିରସ୍ଥିତ ପତଞ୍ଜଳି ଯୋଗକେନ୍ଦ୍ରର ୧୯ତମ ବାର୍ଷିକ ଉତ୍ସବ ବରିଷ୍ଠ ଯୋଗ ଶିକ୍ଷକ ବିଷ୍ଣୁ ଚରଣ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମର ପ୍ରାରମ୍ଭରେ ବରିଷ୍ଠ ଯୋଗଗୁରୁ ଅକ୍ରୁର ମାର୍ଥା ମୁଖ୍ୟଅତିଥି ରୂପେ ଯୋଗଦେଇ ବୈଦିକ ରୀତିରେ ଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ । ଶ୍ରୀ ମାର୍ଥା ତାଙ୍କ ମାର୍ଗ ଦର୍ଶନରେ ଯୋଗର ଗୁଢ଼ତତ୍ଵ, ନିରୋଗ ଜୀବନ ଯାପନ, ତଥା ସମାଜ ଓ ରାଷ୍ଟ୍ର ନିର୍ମାଣରେ ଯୋଗର ଅବଦାନ ଉପରେ ଆଲୋକପାତ କରିଥିଲେ । ଯୋଗ ହିଁ ସୁସ୍ଥ ଜୀବନ ଯାପନ କରିବା ସହ ପରିବାରରେ ସ୍ୱର୍ଗୀୟ ଆନନ୍ଦ ମିଳିବା ସହିତ ଓ ମେଡିକାଲ ଖର୍ଚ୍ଚରୁ ମୁକ୍ତି ମିଳିଥାଏ ବୋଲି ପ୍ରକାଶ କରିଥିଲେ । ଜିଲ୍ଲା ବିଏସ୍‌ଟି ପ୍ରଭାରୀ ନରେନ୍ଦ୍ର ବେହେରା, ଜିଲ୍ଲା ମହିଳା ପ୍ରଭାରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନିତମ୍ବିନି ସ୍ୱାଇଁ, ଜିଲ୍ଲା ମିଡ଼ିଆ ପ୍ରଭାରୀ ଗଙ୍ଗାଧର ଦାଶ ଜିଲ୍ଲା ମହିଳା ସୋସିଆଲ ମିଡ଼ିଆ ପ୍ରଭାରୀ ଆରତୀ କର ଯୋଗର ପ୍ରସାର ଓ ପ୍ରଚାର ଉପରେ ଗୁରୁତ୍ୱ ଦେବା ସହ ସମସ୍ତେ ପ୍ରତିଦିନ ଯୋଗ ଅଭ୍ୟାସ ଜାରି ରଖିବା ଏବଂ ଅଷ୍ଟାଙ୍ଗ ଯୋଗକୁ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏହି କେନ୍ଦ୍ରର ବରିଷ୍ଠ ଯୋଗ ଶିକ୍ଷକ ବି. ବି. ଭୁଜବଳ । ଏହି କେନ୍ଦ୍ରର ସମସ୍ତେ ମିଶି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡି. ଜଳଧାର ପାତ୍ର, ରାମକୃଷ୍ଣ ପଣ୍ଡା, ଅଶୋକ କୁମାର ଓଝା, ରମାକାନ୍ତ ସାହୁ, ମିଷ୍ଟର ନାୟକ, ମଞ୍ଜୁଲତା ମାଝୀ, ତାରା, ପ୍ରଭାତୀ ସାହୁ, ରାମକୃଷ୍ଣ ଦାସ, ସର୍ବେଶ୍ଵର ପାତ୍ର, ଉମାକାନ୍ତ ମଲ୍ଲିକ, କେ କେ ରଥ, ଏଫ୍ ଏମ ଦାଶ, ବି ସି ମୌରିକ, ଏକ କେ ଜତି, ଏସ କେ ସାହୁ, ନିର୍ମଳ ଦାଶ, ସଞ୍ଜୟ ଚୌଧୁରୀ, ବାପି ଜେନା, ଗୌରିଶଙ୍କର ପାଣିଗ୍ରାହୀ, ଆର୍ ସି ବେହେରା, ଆର୍ ଏନ ସାଇଙ୍କ ସହିତ ବହୁ ସାଧକ ସାଧିକା ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.