pakka

ସୁବର୍ଣ୍ଣପୁର ସହରକୁ ପ୍ରବେଶ କଲେ ଜଂଗଲି ବାର୍‌ହା

bbehera

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାର ଜଂଗଲ ପାର୍ଶ୍ବବର୍ତ୍ତି ଗାଁମାନଙ୍କରେ ଏବେ ଜଂଗଲି ବାର୍‌ହାଙ୍କ ଉପଦ୍ରବ ବଢିବଢି ଚାଲିଛି । ଜିଲ୍ଲାର ବୀରମହାରାଜପୁର, ଉଲୁଣ୍ଡା, ବିନିକା ସମେତ ସୁବର୍ଣ୍ଣପୁର ସଦର ବନାଂଚଳରେ ଦଳ ଦଳ ଜଂଗଲି ବାର୍‌ହା ରାତିରେ ଆସି ପନିପରିବା ଓ ଅନ୍ୟାନ୍ୟ ଡାଲି ଜାତୀୟ ଫସଲ ସବୁକୁ ଖାଇବା ସହ ଦଳାଚକଟାରେ ନଷ୍ଟ କରୁଥିବାର ଦେଖାଯାଉଛି । ଏପରିକି, କେତେକ ସମୟରେ ଖାଦ୍ୟ ଓ ପାଣି ଅନ୍ୱେଷଣ ଲକ୍ଷ୍ୟରେ ବହୁ ସଂଖ୍ୟାରେ ଆସିଥିବା ବାର୍‌ହା ଦଳ ଦିନବେଳା ବି ଅଂଚଳରେ ଉତ୍ପାତ କରୁଛନ୍ତି । ଜଂଗଲ ପାଖ ଗାଁଗୁଡିକରେ କିଛିଦିନ ହେବ ବାର୍‌ହାଙ୍କ ଉପଦ୍ରବ ଲାଗି ରହିଥିବା ବେଳେ ସୁବର୍ଣ୍ଣପୁର ସହରକୁ ଲାଗି ରହିଥିବା ଅର୍ଜୁନପୁର ସଂରକ୍ଷିତ ଜଂଗଲରୁ ୪-୫ ଟି ଦଳରେ ବାର୍‌ହା ଆସି ସହର ମଧ୍ୟକୁ ପ୍ରବେଶ କରିଛନ୍ତି । ଗତ ୨ ଦିନ ଧରି ସୁବର୍ଣ୍ଣପୁର ସହରକୁ ଲାଗି ରହିଥିବା କିଛି ବସ୍ତି, ଛିନଛାନ୍ ଡୁଂଗୁରୀ ଓ ଧୋବା ବାହାଲିକୁ ବାରହାମାନେ ଆସି ଲୋକଙ୍କ ଚାଷବାସ ନଷ୍ଟ କରିଥିବାର ଅଭିଯୋଗ ହେଉଛି । ତେବେ, ଲୋକଙ୍କ ଅଭିଯୋଗ ସତ୍ତ୍ବେ ବନ ବିଭାଗ ଏହି ବନ୍ୟଜନ୍ତୁଙ୍କୁ ଘଉଡାଇବାର କୌଣସି ଉଦ୍ୟମ କରୁନଥିବାରୁ ଏବେ ପରିସ୍ଥିତି ଦୁର୍ବିସହ ହୋଇପଡିଛି ।

jay balangir
Leave A Reply

Your email address will not be published.

three × 3 =