jayashree

ସୋନପୁରରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଇଁ ପ୍ରାକ୍ ପ୍ରସ୍ତୁତି

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ବନ ଖଣ୍ଡ ପକ୍ଷରୁ ୭୨ ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ପାଇଁ ପ୍ରାକ୍ ପ୍ରସ୍ତୁତି ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । “Wildlife for a Greener Tomorrow – Knowledge- Conservation- Coexistence” ଥିମ୍‌ରେ ଏହି କାର୍ଯ୍ୟକ୍ରମ ସୋନପୁର ସ୍ଥିତ ଫରେଷ୍ଟ ଡିଭିଜନର ସମ୍ମିଳନୀ କକ୍ଷରେ ଆୟୋଜନ କରାଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବନ୍ୟପ୍ରାଣୀ ସଂରକ୍ଷଣ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ MCQ ଟେଷ୍ଟ ଏବଂ ଇନଷ୍ଟାଣ୍ଟ କ୍ୱିଜ୍ ଟେଷ୍ଟ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଜିଲ୍ଲା ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ତାଙ୍କ ତତ୍ୱାବଧାନରେ ଏସିଏଫ୍ ମନୋରଞ୍ଜନ ବାଗ, ପରିଦେଶବିଦ୍ ଗୋବିନ୍ଦ ମହାରଣା, ଅଧ୍ୟାପକ ଉମାକାନ୍ତ ନାଗ ଅତିଥି ଭାବରେ ଯୋଗ ଦେଇ ବନ୍ୟପ୍ରାଣୀ ସୁରକ୍ଷାର ଆବଶ୍ୟକତା, ମଣିଷ ଓ ବନ୍ୟପ୍ରାଣୀ ମଧ୍ୟରେ ସହ-ଅସ୍ତିତ୍ୱ ଏବଂ ଜୈବ ବିବିଧତା ରକ୍ଷା ବିଷୟରେ ବକ୍ତବ୍ୟ ରଖିଥିଲେ । ବନ୍ୟପ୍ରାଣୀ ସଂରକ୍ଷଣ କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ଏହା ସମସ୍ତଙ୍କ ସାମୂହିକ ଦାୟିତ୍ୱ ବୋଲି ସେମାନେ ମତ ପ୍ରକାଶ କରିଥିଲେ । ସୁବର୍ଣ୍ଣପୁର ବନଖଣ୍ଡ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏସଏମ୍ଏସ ପ୍ରକାଶ ସାହୁ ସଭା ସଂଯୋଜନା କରିଥିବା ବେଳେ ସଭାରେ ବହୁ ଛାତ୍ରଛାତ୍ରୀ, ବୁଦ୍ଧିଜିବୀ, ସାମ୍ୱାଦିକ, ସମସ୍ତ ବନ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.