ହରଭଙ୍ଗା ତହସିଲଦାରଙ୍କ ବନ୍ୟା କ୍ଷୟକ୍ଷତି ଆକଳନ

ବୌଦ୍ଧ,(ବଂଶୀଧର ମାଝୀ) : ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅଞ୍ଚଳରେ ହୋଇଥିବା ଲଗାଣ ବର୍ଷା ଓ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ବୁଧବାର ହରଭଙ୍ଗା ଅତିରିକ୍ତ ତହସିଲଦାର ହରିଓଁ ଭୋଇ ଧଳପୁର, କୁଶଙ୍ଗ, ହରଭଙ୍ଗା, ସାମ୍ପୋଚ ଆଦି ବ୍ଲକର ୮ଟି ପଞ୍ଚାୟତର କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କରିଥିବା ଜଣାପଡ଼ିଛି । ରାଜସ୍ବ ବିଭାଗର ଆର୍‌ଆଇମାନେ କ୍ଷତିଗ୍ରସ୍ତ ଅଞ୍ଚଳକୁ ଯାଇ କ୍ଷୟକ୍ଷତିର ଆକଳନ କରୁଛନ୍ତି। ଚଳିତ ବନ୍ୟାରେ ହରଭଙ୍ଗା ବ୍ଲକ ୬ ଶହ ହେକ୍ଟରରୁ ଊର୍ଦ୍ଧ୍ୱ ଚାଷଜମି ଓ ୫୫୦ଟି କଚ୍ଚା ଘର ଲଗାଣ ବର୍ଷା ଓ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି। ଚଳିତ ବନ୍ୟାରେ ବିଶେଷ ଭାବେ ହରଭଙ୍ଗା ପଞ୍ଚାୟତର ହରଭଙ୍ଗା, କୁଡାଶିଙ୍ଗା, ଭୋଜିଗୁଡ଼ା, ବୁଡ଼େଶିଙ୍ଗା, ସୁରୁଣ୍ଡି, ଡିଆଘାଟ ଅଞ୍ଚଳ ସର୍ବାଧିକ ଚାଷଜମି କ୍ଷତିଗ୍ରସ୍ତ ହୋଇଛି। କ୍ଷୟକ୍ଷତି ଆକଳନ କରିସାରିବା ପରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଅତିରିକ୍ତ ତହସିଲଦାର ସୂଚନା ଦେଇଥିବା ଜଣାପଡ଼ିଛି।

Leave A Reply

Your email address will not be published.