ls

ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଆହତ

2020

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ବିଜେପୁର ଥାନା ଅନ୍ତର୍ଗତ କଲେଜ ଛକରେ ଏକ ଅଜଣା ଗାଡି ଧକ୍କାରେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇ ଯାଇଛି । ମୃତକ ଜଣକ ହେଲେ ଏହି ଥାନା ଅନ୍ତର୍ଗତ କର୍ଲେ ଗାଁର କାର୍ତ୍ତିକ ନାଏକ (୨୫) । ଅନ୍ୟପକ୍ଷରେ ବାଇକରେ ବସିଥିବା ବୁଡାପାଲିର ମାନସ ପାଇକଙ୍କ ଡାହାଣ ହାତ ଭାଙ୍ଗି ଯାଇଛି । ମିଳିଥିବା ସୂଚନା ମୁତାବକ କାର୍ତ୍ତିକ ନାଏକ ଅପରାହ୍ନରେ ପଡୋଶୀଙ୍କ ସିଡି ଡିଲକ୍ସ ବାଇକ୍ ନଂ ଓଆର୍ ୧୭ଜେ ୨୩୮୧ରେ ଗାଁରୁ କୌଣସି କାମରେ ବିଜେପୁର ବାଟ ଦେଇ ପଡାଗ୍ରାମକୁ ଯାଉଥିଲେ । ବାଟରେ ବୁଡାପାଲିର ମାନସ ପାଇକ ତାଙ୍କୁ ଲିଫ୍ଟ ମାଗି ତାଙ୍କ ସହ ଯାଉଥିଲେ । ବିଜେପୁର-ପଦ୍ମପୁର ରାସ୍ତାର କଲେଜ ଛକରେ ଏକ ଅଜଣା ଗାଡି ଧକ୍କା ଦେଇ ଫେରାର୍ ହୋଇ ଯାଇଥିଲା । ଫଳରେ ନିକଟରେ ରହିଥିବା ଦମକଳ କେନ୍ଦ୍ରର କର୍ମଚାରୀଗଣ ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଡାକ୍ତର ପରୀକ୍ଷା କରି କାର୍ତ୍ତିକକୁ ମୃତ ଘୋଷଣା କରିଥିଲେ । ଅପରପକ୍ଷରେ ମାନସ ପାଇକଙ୍କ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ପୋଲିସ୍ ମୃତ ଶବକୁ ଜବତ୍ କରି ଦୁର୍ଘଟଣା ଘଟାଇ ଫେରାର୍ ମାରିଥିବା ଗାଡିକୁ ଧରିବାକୁ ଛାନଭିନ କରୁଛି ।

Leave A Reply

Your email address will not be published.