jayashree

ମୁରିବାହାଲରେ ନାରୀ ସଙ୍ଗଠନ ପକ୍ଷରୁ ଗରିବ ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମଙ୍କୁ ଶାଢ଼ୀ, ବସ୍ତ୍ର ବଣ୍ଟନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀର ବଙ୍ଗୋମୁଣ୍ଡା, ତୁରେକେଲା, ମୁରିବାହାଲ ବ୍ଲକର ନାରୀ ସଙ୍ଗଠନ ପକ୍ଷରୁ ଗୁରୁବାର ମୁରିବାହାଲ ବ୍ଲକ ସଦର ମହକୁମା ସାପ୍ତାହିକ ବଜାର ପ୍ରାଙ୍ଗଣରେ ଗରିବ ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମମାନଙ୍କୁ ଶାଢ଼ୀ ଓ ବସ୍ତ୍ର ବଣ୍ଟନ କରାଯାଇଥିଲା । ମୁରିବାହାଲ ସଦର ମହକୁମାର ଶତାଧିକ ବୃଦ୍ଧବୃଦ୍ଧାଙ୍କୁ ଏହି ଶାଢ଼ୀ ଓ ବସ୍ତ୍ର ବଣ୍ଟନ କରାଯାଇଥିବା ବେଳେ ପାଖ ଘଣ୍ଟବାହାଲ ଗ୍ରାମର ଆଉ କେତେଜଣଙ୍କ ଘରକୁ ଯାଇ ଏହା ବଣ୍ଟା ଯାଇଥିବା ଜଣାପଡିଛି । ନାରୀ ସଂଙ୍ଗଠନର ସଭାନେତ୍ରୀ ସ୍ୱପ୍ନା ବାଗଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶାଢ଼ୀ ଓ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଉପସଭାନେତ୍ରୀ ବନିତା ଲୁହା, ସଂପାଦିକା ଇନ୍ଦୁ ବାଗ, ଲାଇବାନୀ ବାଗ, ରିମା ତାଣ୍ଡି, ଭୁବନେଶ୍ଵରୀ ତାଣ୍ଡି, ବିଜିଲି ବାଗ, ଯଶୋଦା ବାଗ, ପ୍ରତିମା ବାଗ, ସୁଶୀଲ ବାଗ, ଉଲପି ତାଣ୍ଡି, ହୀରା ତାଣ୍ଡି, ଝୁମକି ବାଗ ତଥା ନାରୀ ସଂଙ୍ଗଠନର ସମସ୍ତ ମହିଳା ସଦସ୍ୟାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.