csstore

୧୯୮୯ ମାଟ୍ରିକ୍ ବ୍ୟାଚ୍‌ର ବନ୍ଧୁମିଳନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ସୋମନାଥ ଦେବ ବିଦ୍ୟାପୀଠର ୧୯୮୯ ମାଟ୍ରିକ୍ ବ୍ୟାଚ୍‌ର ଛାତ୍ରଛାତ୍ରୀଙ୍କର ବନ୍ଧୁମିଳନ ଉତ୍ସବ ହରିରାଜପୁର ମେଳନ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀମାନଙ୍କ ତରଫରୁ ସେମାନଙ୍କୁ ଶିକ୍ଷାଦାନ ଦେଉଥିବା ଗୁରୁଜୀମାନଙ୍କୁ ଆମନ୍ତ୍ରଣ କରାଯାଇ ଜ୍ୟାକେଟ୍‌, ପୁଷ୍ପଗୁଚ୍ଛ, ଉତ୍ତରୀୟ ଏବଂ ଜଗନ୍ନାଥଙ୍କ ଫଟୋ ପ୍ରଦାନ କରାଯାଇଥିଲା । ହରିରାଜପୁର ସୋମନାଥ ଦେବ ବିଦ୍ୟାପୀଠର ପ୍ରାକ୍ତନ ଶିକ୍ଷକ ବିବେକାନନ୍ଦ ଦଳେଇ, ପ୍ରଦୀପ୍ତ କୁମାର ପଟ୍ଟନାୟକ, ପ୍ରବୋଧ କୁମାର ମଙ୍ଗରାଜ, ଡ. ଲକ୍ଷ୍ମୀଧର ବେହେରା, କ୍ଷୀରଦ କୁମାର ନନ୍ଦ, ଶ୍ୟାମ ସୁନ୍ଦର ପଣ୍ଡାଙ୍କ ସହ ଅବସରପ୍ରାପ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଖିଳ କୁମାର ପଣ୍ଡା ସମସ୍ତ ୧୯୮୯ ବ୍ୟାଚ୍‌ର ଛାତ୍ରଛାତ୍ରୀମାନଙ୍କୁ ନିଜ ନିଜ ବକ୍ତବ୍ୟ ମାଧ୍ୟମରେ ଆଶୀର୍ବାଦ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ସହ ତାଙ୍କ ପରିବାର ସଦସ୍ୟ ଉପସ୍ଥିତ ରହି ମନ ଆନନ୍ଦରେ ହସ ଖୁସିର ବୈଠକ କରାଇଥିଲେ । ପୁରାତନ ଛାତ୍ର ଲାବନ୍ୟନ୍ଦୁ ଦଳେଇ, ଦିଲ୍ଲୀପ କୁମାର ବେହେରା, ପ୍ରଶାନ୍ତ କୁମାର ବଡଜେନା, ଅଜିତ କୁମାର ବଡଜେନା, କୃତ୍ତିବାସ ବରିସଲ, ବାଉରିଆ ସାମନ୍ତରାୟ ଓ ପୁରାତନ ଛାତ୍ର ଇତିଶ୍ରୀ ପଟ୍ଟନାୟକ, ଭାରତୀ ସାହୁ, ଟୁନିମଣି ସାହୁ, ବୀଣାପାଣି ସାମନ୍ତରାୟ, ସୀମାଂଜଳି ପାତ୍ର ପ୍ରମୁଖ ସହଯୋଗ କରିଥିଲେ ଏବଂ ମାନସ ରଞ୍ଜନ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ । ଶେଷରେ ଉପସ୍ଥିତ ପ୍ରାକ୍ତନ ଗୁରୁଜୀମାନଙ୍କ ସହ ସମୁହ ଛାତ୍ରଛାତ୍ରୀ ଭୋଜନ ଏକତ୍ର କରିଥିଲେ ।

jayashree
Leave A Reply

Your email address will not be published.