pakka

ଚମ୍ପେଶ୍ୱର ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ୧୯୭୯ ବ୍ୟାଚ୍‌ ଛାତ୍ରଛାତ୍ରୀଙ୍କ ବଂଧୁ ମିଳନ

bbehera

ନରସିଂହପୁର, (କେପିଏନ୍‌ଏସ୍‌) : ଗତ ରବିବାର ଦିନ ଚମ୍ପେଶ୍ୱର ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ୧୯୭୯ ବ୍ୟାଚ୍‌ର ପୁରାତନ ଛାତ୍ରଛାତ୍ରୀ ମାନଙ୍କ ପ୍ରଥମ ବଂଧୁମିଳନ ଉତ୍ସବ ଆୟୋଜିତ ହୋଇଯାଇଛି । ଏହି ଉତ୍ସବରେ ଅନୁଷ୍ଠାନର ପ୍ରାୟ ୪୦ ଜଣ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ପ୍ରଥମେ ସମସ୍ତେ ବିଦ୍ୟାଳୟ ପ୍ରାଙ୍ଗଣରେ ଉପସ୍ଥିତ ହୋଇ ନିଜ ନିଜର ପୁରୁଣା ସ୍ମୃତିକୁ ମନେ ପକାଇ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରିଥିଲେ । ବିଦ୍ୟାଳୟର ବର୍ତ୍ତମାନ ପ୍ରଧାନ ଶିକ୍ଷକଙ୍କ ଉପସ୍ଥିତିରେ ମୋ ସ୍କୁଲ ଯୋଜନା ବିଷୟରେ ଆଲୋଚନା ହୋଇଥିଲା । ପରେ ସମସ୍ତେ ମିଶି ସ୍ଥାନୀୟ ଦେଓଝର ପର୍ଯ୍ୟଟନ ସ୍ଥଳିକୁ ଯାଇ ସେଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସଂଗେ ସଂଗେ ଭୋଜିଭାତ ଓ ନୃତ୍ୟଗୀତର ଆସର ଜମାଇଥିଲେ । ପରିଶେଷରେ ଏହି ଉତ୍ସବର ଆୟୋଜନ ପ୍ରତିବର୍ଷ କରିବାକୁ ସମସ୍ତେ ନିଷ୍ପତ୍ତି ନେଇଥିଲେ । ଏହି ମିଳନ ଉତ୍ସବକୁ ସଫଳ ରୂପ ଦେବା ପାଇଁ ରବିନ୍ଦ୍ର କୁମାର ଷଡ଼ଙ୍ଗୀ, ମୁରଳୀଧର ସାହୁ, ଚନ୍ଦ୍ରମଣି ଜେନା, ଚନ୍ଦ୍ରମଣି ବେହେରା, ରଶ୍ମିରଂଜନ ନାୟକ, ପ୍ରଦୀପ ମହାଲିକ, ଦୟାନିଧି ସେଠୀ, ସଦାନନ୍ଦ ସାହୁ, ବାସନ୍ତୀ ବରାଳ ଓ ମଂଜୁଳା ମିଶ୍ର ପ୍ରମୁଖ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ।

jay balangir
Leave A Reply

Your email address will not be published.

3 × 4 =