pakka

୧୯୯୬-୯୮ ସିଟି ବ୍ୟାଚ ବନ୍ଧୁ ମିଳନ

bbehera

ପାଟଣାଗଡ, (କ୍ରିଷ୍ଣା ସେଠୀ) : ପାଟଣାଗଡ ମାରୱାଡି ଧର୍ମଶାଳା ଠାରେ ଦୀର୍ଘ ୨୨ ବର୍ଷ ପରେ ୯୬-୯୮ ସିଟି ବ୍ୟାଚ ବନ୍ଧୁ ମିଳନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍‌ସ୍ୱର୍ଗାରୋହଣ କରିଥିବା ଲୋକନାଥ ଭୋଇ, ପବିତ୍ର ମିଶ୍ର, ସୁରେନ୍ଦ୍ର ବରିହା ଓ ତୁଳସୀରାମ ପଧାନଙ୍କ ଅମର ଆତ୍ମାର ସଦାଗତି ନିମନ୍ତେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସୁଶୀଲ କୁମାର ପୋଢ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ । ମକୁନ୍ଦଲାଲ ସାହୁ ସ୍ୱରଚିତ ସ୍ୱାଗତ ଗୀତ ଗାନ କରିଥିଲେ । ବରିଷ୍ଠ ବନ୍ଧୁ ସୁରେନ୍ଦ୍ର ଖମାରୀଙ୍କ ସଭାପତିତ୍ବରେ ସମସ୍ତେ ନିଜ ନିଜର ପରିଚୟ ପ୍ରଦାନ କରି ଅତୀତର ସ୍ମୃତିକୁ ମନେ ପକାଇଥିଲେ । ଦୀର୍ଘ ୨୨ ବର୍ଷ ପରେ ମିଶିଥିବାରୁ ସମସ୍ତଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଖେଳି ଯାଇଥିଲା । ଛାଡି ଆସିବାକୁ କାହାକୁ ଇଚ୍ଛା ହେଉ ନଥିଲା । ଏହି ବନ୍ଧୁମିଳନକୁ ଚିରଦିନ ବଜାୟ ରଖିବାକୁ ଆଗାମୀ ଦିନରେ ପାରିବାରିକ ବନ୍ଧୁମିଳନ ହରିଶଙ୍କର ଠାରେ କରିବାକୁ ସ୍ଥିର କରାଯାଇଛି । ଏହି ଅବସରରେ ଏକ ଭୋଜିର ଆୟୋଜନ କରାଯାଇଥିଲା । ଶେଷରେ ପ୍ରଦୀପ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ସତ୍ୟନାରାୟଣ ଭୋଇ, ଘନଶ୍ୟାମ ମେହେର , ବସୁଦେବ ଦାଶ , ସୁଶୀଲ କୁମାର ପୋଢ, କେଦାର ପାଣିଗ୍ରାହୀ, ଜୟରାମ ମେହେର , ଦୟାନିଧି ରଣା, ଚନ୍ଦ୍ରଶେଖର ମିଶ୍ର , ସୁବୋଧ ମହାପାତ୍ର ଓ କୁଶଧର କୁମୁରାଙ୍କ ତତ୍ତ୍ଵାବଧାନରେ କାର୍ୟ୍ୟକ୍ରମ ସୁଚାରୁ ରୂପେ ସମାପନ ହୋଇଥିଲା ।

jay balangir
Leave A Reply

Your email address will not be published.

eighteen + 8 =