
ସଇଁତଲା, (ଖୁସିରାଣୀ ସାହୁ) : ବଲାଙ୍ଗିର ଜିଲ୍ଲାର ସଇଁତଲାରେ ବିଦେଶୀ ମଦ ଦୋକାନକୁ ବିରୋଧ କରି ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସଇଁତଲା ମିଳିତ ମଞ୍ଚର ଆହ୍ୱାନରେ ବିଭିନ୍ନ ସଂଗଠନ ଏହି ବନ୍ଦକୁ ସମର୍ଥନ କରିଛନ୍ତି । ଅଭିଯୋଗ ଅନୁଯାୟୀ, ମଦ ଦୋକାନଟି ସରକାରୀ ଉଚ୍ଚ ବିଦ୍ୟାଳୟ, ବେସରକାରୀ ଶିକ୍ଷାନୁଷ୍ଠାନ ଓ ଧାର୍ମିକ ସ୍ଥଳ ନିକଟରେ ଥିବାରୁ ଛାତ୍ରଛାତ୍ରୀ, ମହିଳା ଓ ସାଧାରଣ ଲୋକଙ୍କ ସୁରକ୍ଷା ପ୍ରଭାବିତ ହେଉଛି । ଏହି ରାସ୍ତା ଦେଇ ବିଡିଓ ଅଫିସ, ତହସିଲ ଅଫିସ ଓ ହସ୍ପିଟାଲକୁ ପ୍ରତିଦିନ ଅନେକ ଲୋକ ଯାତାୟାତ କରୁଛନ୍ତି । ପୂର୍ବରୁ ପ୍ରଶାସନ ଓ ଅବକାରୀ ବିଭାଗକୁ ଲିଖିତ ଅଭିଯୋଗ ଦିଆଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଏହି ବନ୍ଦ ଡାକରା ଦିଆଯାଇଛି । ଜରୁରୀ ସେବାକୁ ବାଦ ଦେଲେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି ।