csstore

ମମିତା ମେହେର ଓ ଗୋବିନ୍ଦ କୁମ୍ଭାର ହତ୍ୟାକାଣ୍ଡ ପ୍ରତିବାଦରେ ବିଜେପିର ବରଗଡ ଜିଲ୍ଲା ବନ୍ଦ ଆହ୍ଵାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : କଳାହାଣ୍ଡି ଜିଲ୍ଲା ମମିତା ମେହେରଙ୍କୁ ଯେଭଳି ହତ୍ୟାକାଣ୍ଡ କରାଗଲା ଓ ଓଡିଶା ସରକାର ଏଥିରେ ସଂପୃକ୍ତ ଥିବା ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଯେଭଳି ସୁରକ୍ଷା ପ୍ରଦାନ କରୁଛନ୍ତି ତାର ପ୍ରତିବାଦରେ ଏବଂ ବରଗଡ ଥାନା ହାଜତରେ ପୋଲିସର ମାଡରେ ମୃତ୍ୟୁବରଣ କରିଥିବା ଗୋବିନ୍ଦ କୁମ୍ଭାରଙ୍କ ମୃତ୍ୟୁ ପାଇଁ ଦାୟୀ ପୋଲିସ ଅଧିକାରୀମାନଙ୍କୁ ଗିରଫ କରିବା ଦାବୀରେ ଭାରତୀୟ ଜନତା ପାର୍ଟି ଆସନ୍ତା ତା ୧/୧୧/୨୦୨୧ ରିଖ ଦିନ ବରଗଡ ଜିଲ୍ଲା ବନ୍ଦ ଡାକରା ଦେଇଛି । ବନ୍ଦ ପାଳନ ପ୍ରସ୍ତୁତ ପାଇଁ ଆଜି ପାଇକମାଲ ଓ ଝାରବନ୍ଧଠାରେ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପରେ ପାଇକମାଲ ଥାନା, ଝାରବନ୍ଧ ଥାନା, ବ୍ଲକ, ତହସିଲ ଅଫିସ, ବଣିକ ସଂଘକୁ ବନ୍ଦ ପାଳନ ବିଷୟରେ ବିଜେପି କାର୍ଯ୍ୟକର୍ତ୍ତାମାନେ ଲିଖିତ ଜଣାଇଛନ୍ତି । ପାଇକମାଲ ବୈଠକରେ ବିଜେପି ମଣ୍ତଳ ସଭାପତି କୈଳାସ ଦିଶ୍ରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପାଇକମାଲ ବ୍ଲକ ସାଂସଦ ପ୍ରତିନିଧି ବଲରାମ ସାହୁ, ହାଡୁ ସାହୁ, ଶୁଶାନ୍ତ ନାଗ, ପର୍ଶୁରାମ ନାୟକ, ରୋଶନ ପାଣିଗ୍ରାହୀ, ରାଜ ମହମ୍ମଦ, ଦୁର୍ଯ୍ୟୋଧନ ପୁଟା, ଶଶିଧର ସାହୁ, ରାଜେନ୍ଦ୍ର ସେଠ, ଇନ୍ଦ୍ରଜିତ ଭୋଇ ପ୍ରମୁଖ ଉପସ୍ଥିତ ଥିବା ବେଳେ ଝାରବନ୍ଧଠାରେ ସାଂସଦ ପ୍ରତିନିଧି ହରିହର ସାହୁ, ବରିଷ୍ଠ ନେତା ଦୁର୍ଗାପ୍ରସାଦ ଅଗ୍ରୱାଲ, ସାଇଧର ପାଣ୍ତେ, ଯୁବ ମୋର୍ଚ୍ଚା ସଂପାଦକ ସାମନ୍ତ ଶେଖର ମୁନା, ଜୟ ନିଗମ, ସତ୍ୟବାନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.