pakka

କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ଦ୍ୱାରା ଆହୁତ ‘ଭାରତ ବନ୍ଦ ଡାକରା’କୁ ସମର୍ଥନ କରି ଆସନ୍ତାକାଲି ପାଟଣାଗଡ ବନ୍ଦ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ଗଡଭିତର ସ୍ଥିତ ବଢ଼େଇ ମିସ୍ତ୍ରୀ ସଂଘ କାର୍ଯ୍ୟାଳୟ ପରିସରରେ ପାଟଣାଗଡ କୋର୍ଡିନେସନ କମିଟି ଅଫ ଟ୍ରେଡ଼ ୟୁନିଅନ ଏଣ୍ଡ ଆସୋସିଏସନ୍‌ ତରଫରୁ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ଦ୍ୱାରା ଆହୁତ ୨ ଦିନିଆ ଦେଶବ୍ୟାପୀ ସାଧାରଣ ଧର୍ମଘଟ ସମର୍ଥନରେ ଆସନ୍ତାକାଲି ପାଟଣାଗଡ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ବ୍ୟାଙ୍କ, ବୀମା, ପୋଷ୍ଟ ଅଫିସ, ରେଲୱେ, ସରକାରୀ ସଂସ୍ଥାର ଘରୋଇକରଣ ପ୍ରକ୍ରିୟା ପ୍ରତ୍ୟାହାର କରିବା, ପେଟ୍ରୋଲ, ଡିଜେଲ, ରୋଷେଇ ଗ୍ୟାସ, ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍‌ ବୃଦ୍ଧି ପ୍ରତ୍ୟାହାର, ବେକାରୀ ସମସ୍ୟା ଦୂରୀକରଣ, ଠିକା କର୍ମଚାରୀଙ୍କୁ ସ୍ଥାୟୀ, ଦେଶ ବଞ୍ଚାଅ ଜନତା ବଞ୍ଚାଅ ପ୍ରଭୃତି ଦାବୀରେ କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ଦ୍ୱାରା ଭାରତ ବନ୍ଦ ଡାକରାକୁ ସମର୍ଥନ କରି ପାଟଣାଗଡ ଉପଖଣ୍ଡର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ସରକାରୀ କାର୍ଯ୍ୟାଳୟ ବନ୍ଦ, ବ୍ୟାଙ୍କ ବୀମା ପୋଷ୍ଟ ଅଫିସ, ସ୍କୁଲ କଲେଜ, ଦୋକାନ ବଜାର ବନ୍ଦ, ଯାନବାହାନ ବନ୍ଦ କରି ସାଧାରଣ ଧର୍ମଘଟକୁ ଜନସାଧାରଣ ସହଯୋଗ କରି ସଫଳ କରିବାକୁ ଅନୁରୋଧ କରାଯାଇଛି । ବୈଠକରେ ପଶ୍ଚିମାଞ୍ଚଳ ବିଜୁଳି ଶ୍ରମିକ ସଂଘ, ବଢ଼େଇ ମିସ୍ତ୍ରୀ ସଂଘ, ହୀରା ଜିଟିଡ଼ି ୱାର୍କର୍ସ ୟୁନିଅନ, ପୋଷ୍ଟାଲ ଏମ୍ପେ୍ଲାଇ ୟୁନିଅନ, ଆଶା କର୍ମୀ ସଂଘ, ଅଙ୍ଗନୱାଡି କର୍ମଚାରୀ ସଂଘ, କେନ୍ଦୁପତ୍ର କର୍ମଚାରୀ ସଂଘ, ଉଠା ଦୋକାନୀ ସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

seventeen + fifteen =