ପାଟଣାଗଡ ବ୍ଲକ ଛକରେ ଭଗବାନ ପର୍ଶୁରାମଙ୍କ ପ୍ରତିଛବି ଅପସାରଣର ପ୍ରତିବାଦରେ ଖପ୍ରାଖୋଲ ସମ୍ପୂର୍ଣ୍ଣ ବନ୍ଦ

csstore

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ପାଟଣାଗଡ ବ୍ଲକ ଛକରେ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ଅପସାରଣ ପ୍ରତିବାଦରେ ବୁଧବାର ଖପ୍ରାଖୋଲ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ବିଭିନ୍ନ ହିନ୍ଦୁ ସଂଗଠନ ଡାକରାରେ ଆହୁତ ବନ୍ଦରେ ଉପେନ୍ଦ୍ର ଭୋଇ, ସନ୍ତୋଷ ଗଡତ୍ୟା, ସତ୍ୟାନନ୍ଦ ସେନ୍ଦ୍ରିଆ, ହରିବୋଲ ପୋଡ଼, ପ୍ରବୀଣ ଅଗ୍ରୱାଲ, ସୁଶୀଲ ଗୁରୁ, ବୈଦ୍ୟନାଥ ମିଶ୍ର, ପଞ୍ଚୁଦେବ ସାହୁ, ରୋହିତ ମେହେର, ପ୍ରହଲ୍ଲାଦ ଚାନ୍ଦ, ଶଶି ପୁଝାରୀ, ଶିବା ସୁନା, ସୀତାରାମ ବାଗ, ଦେବକାନ୍ତ ପାଣିଗ୍ରାହୀ, ନାରାୟଣ ଦଣ୍ଡସେନା, ବିଜୟ ବରିହା, ଯୁଧିଷ୍ଠିର ଥାନାପତି ପ୍ରମୁଖ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏହି ଅବସରରେ ଅତ୍ୟାବଶ୍ୟକ ସେବା ବ୍ୟତୀତ ସ୍ୱତଃପ୍ରବୃତ ଭାବରେ ଦୋକାନ, ବଜାର ବନ୍ଦ ରହିଥିବା ବେଳେ ଗାଡ଼ି ଚଳାଚଳ, ସରକାରୀ ବେସରକାରୀ କାର୍ଯ୍ୟାଳୟ ସମେତ ସମସ୍ତ ସ୍କୁଲ କଲେଜ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା । ସୂଚନା ଅନୁସାରେ ପାଟଣାଗଡ ବ୍ଲକ ଛକରେ ଭଗବାନ ପର୍ଶୁରାମଙ୍କ ଏକ ଫଟୋ ଚିତ୍ର ସ୍ଥାପନ ହୋଇଥିବା ବେଳେ ଏହି ଛକକୁ ପର୍ଶୁରାମ ଛକରେ ନାମିତ କରିବା ପାଇଁ ସରକାରଙ୍କଠାରେ ହିନ୍ଦୁ ସଂଗଠନ ତରଫରୁ ଦାବୀ ହୋଇ ଆସୁଥିବା ବେଳେ ପର୍ଶୁରାମଙ୍କ ଫଟୋକୁ ହଟାଇ ଉକ୍ତ ସ୍ଥାନରେ ବିଜୁପଟ୍ଟନାୟକଙ୍କ ଭଳି ଦିଶୁଥିବା ଏକା ପ୍ରତି ମୂର୍ତ୍ତି ସ୍ଥାପନ କରାଯାଇଛି । ଏହି ପ୍ରତିମୂର୍ତ୍ତିକୁ ହଟାଇ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ଆନ୍ଦୋଳନକାରୀ ଦାବୀ କରିଛନ୍ତି । ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁଙ୍କ ନେତୃତ୍ୱରେ ବ୍ୟାପକ ପୋଲିସ ମୁତୟନ ଥିବା ବେଳେ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ମାଜିଷ୍ଟ୍ରେଟ ଭାବରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.