
ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ଦ ହୁମାନିଟି ଫାଉଣ୍ଡେସନ ତରଫରୁ ଟିମ୍ୱର କଲୋନୀ ଶାନ୍ତିଭବନ ଆଶ୍ରମରେ କିଛି ବସ୍ତ୍ର ଓ କିଛି ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଫାଉଣ୍ଡେସନର ପ୍ରେସିଡେଣ୍ଟ ଦୀପ୍ତି ସୁନ୍ଦରାୟ, ସମ୍ପାଦିକା ଲିନା ତ୍ରିପାଠୀ, ସମ୍ପାଦିକା ସୁଭଲକ୍ଷ୍ମୀ ପାତ୍ର, ସୁଶ୍ରୀ ଗ୍ରେସୀ ଡେଭିଡ, ବିଜୟ ସୁନ୍ଦରାୟ, ଆନୁସୟା ଆଚାର୍ଯ୍ୟ, ଶଶିଲତା କର, ବିଯେଶ ନାୟାର ସାର୍ ଏବଂ ନୂତନ ମେମ୍ୱର ମୋନଜ ସାହୁ ଓ ସତ୍ୟ ବାବୁଙ୍କୁ ଗ୍ରୁପରେ ସ୍ୱାଗତ କରାଯାଇଥିଲା । ଅଥିତି ଭାବେ ରାମଚନ୍ଦ୍ର ସାହୁ ତାଙ୍କର ବହୁ ମୂଲ୍ୟ ବକ୍ତବ୍ୟ ରଖିଥିଲେ ।