oom

ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବନ ମହୋତ୍ସବ ପାଳିତ

jsmm

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ତୁରେକେଲା ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ୭୨ତମ ବନ ମହୋତ୍ସବ ସପ୍ତାହର ପଞ୍ଚମ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଥିଲା । ପ୍ରକୃତିବନ୍ଧୁ ତଥା ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ କଣ୍ଟାବାଞ୍ଜି ବନାଞ୍ଚଳର ବନାଞ୍ଚଳ ଅଧିକାରୀ ଶ୍ରଦ୍ଧାଦେବ ବଡମାଳିଙ୍କ ଉପସ୍ଥିତିରେ ଅତିଥି ଭାବରେ ତୁରେକେଲା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ବଡବାବୁ ବିଜୟ ପାଣିଗ୍ରାହୀ, ବୁଦ୍ଧଦେବ ବନ୍‌ଛୋର, ଶିକ୍ଷକ ପ୍ରେମରାଜ ପାଣିଗ୍ରାହୀ, ଆଶିଷ ଜୈନ, ପ୍ରକାଶ ସେଲମା, ରମେଶ ସୁନା, ସୁନୀଲ ସାହୁ, ବିଶ୍ୱନାଥ ମେହେର, ରବୀନ୍ଦ୍ର ରଥ ଯୋଗ ଦେଇଥିଲେ । ଅତିଥିମାନଙ୍କର କରକମଳରେ ପରିସର ମଧ୍ୟରେ ପଣସ, ଆମ୍ବ, ଦେବଦାରୁ, ଅଁଳା, ଜାମୁ ଆଦି ଗଛ ଲଗାଯାଇଥିଲା । ଠିକ ସେହିପରି ବରଲା ଗ୍ରାମରେ ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସରପଞ୍ଚ, ବନ ସୁରକ୍ଷା ସମିତିର ସଭ୍ୟ ଓ ଗ୍ରାମବାସୀ ଯୋଗ ଦେଇଥିଲେ । ପଞ୍ଚମ ଦିବସର ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଲର୍କି ଫରେଷ୍ଟର ଆଦିତ୍ୟ ପ୍ରସାଦ ମିଶ୍ର, ମହୁଲପାଟି ଫରେଷ୍ଟର ସତ୍ୟବାନ ମାଝୀ, ପାରାସ୍କୁଆଡ ପ୍ରଶାନ୍ତ ନାଏକ, ରାମ ମାଝୀ, କେଶବ ନାଗ, କପିଳ ମାଝୀ, ପରମାନନ୍ଦ ଭାଟି, ପିତାମ୍ବର କୁମ୍ଭାର, ଧନେଶ୍ବର ମାଝୀ, କେଶବ ନାଗ ଆଦି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.