jsm

କୁଲିଙ୍ଗାମାଲ ସେବାଶ୍ରମରେ ବନମହୋତ୍ସବ ପାଳିତ

csstore

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ କୁଲିଙ୍ଗାମାଲ ସେବାଶ୍ରମ ବିଦ୍ୟାଳୟରେ ୟୁଥ୍ ଓ ଇକୋ କ୍ଲବ ଆନୁକୂଲ୍ୟରେ ବନମହୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ନେତୃତ୍ୱରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ନାରାୟଣ ମାଝୀ ତଥା ସମାଜସେବୀ ସଚ୍ଚିଦାନନ୍ଦ ତାଣ୍ତି, ବିଦ୍ୟାଳୟର ଶିକ୍ଷକ ରଥି ମେହେର, ତିଳରାମ ମାଝୀ, ଡିସମ୍ବର ମେହେର ତଥା ସମସ୍ତ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବିଭିନ୍ନ ପ୍ରକାର ବୃକ୍ଷ ବିଦ୍ୟାଳୟ ହତା ମଧ୍ୟରେ ରୋପଣ କରିଥିଲେ । ପରିଶେଷରେ ପ୍ରଧାନ ଶିକ୍ଷକ ଛାତ୍ରଛାତ୍ରୀମାନଙ୍କୁ ବୃକ୍ଷର ମହତ୍ତ୍ଵ ତଥା ବନମହୋତ୍ସବ ପାଳନର ଉଦ୍ଦେଶ୍ୟ ସଂପର୍କରେ ଅବଗତ କରିଥିଲେ । ବର୍ତମାନ ପରିସ୍ଥିତିରେ ପରିବେଶ ପ୍ରଦୂଷିତ ହେବାର କାରଣ ତଥା ଜଙ୍ଗଲକ୍ଷୟ ଯୋଗୁଁ ବାୟୁମଣ୍ଡଲରେ ଅଙ୍ଗାରକାମ୍ଳ ଗ୍ୟାସର ପରିମାଣ ବୃଦ୍ଧି ତତସଙ୍ଗେ ବର୍ଷାର ଅନିୟମିତତା ସଂପର୍କରେ ଅବଗତ କରାଇ ପରିବେଶ ସୁରକ୍ଷା ତଥା ବନ ଜଙ୍ଗଲ ସୃଷ୍ଟି କରିବା ପାଇଁ ଉତ୍ସାହିତ କରିଥିଲେ ।

yuvodaya
Leave A Reply

Your email address will not be published.