mahavir

ପଦ୍ମପୁର ବନଦୁର୍ଗା ମନ୍ଦିରରେ କାତ୍ୟାୟନୀ ଦେବୀଙ୍କ ପୂଜାର୍ଚ୍ଚନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବଡ଼ବନ୍ଧ ପାଖ ବନଦୁର୍ଗା ମନ୍ଦିରଠାରେ ଆଜି ଶନିବାର ସକାଳ ୮ଟା ସମୟରେ ମୁଖ୍ୟ ପଣ୍ଡିତ ରଘୁନାଥ ତ୍ରିପାଠୀ, ମନ୍ଦିର ପୂଜକ ପ୍ରଶାନ୍ତ ପଣ୍ଡା, ପଣ୍ଡିତ ଗିରିଶ ଚନ୍ଦ୍ର ହୋତା, ପଣ୍ଡିତ ଅଶୋକ କୁମାର ପଣ୍ଡା, ପଣ୍ଡିତ ଦେବେନ୍ଦ୍ର ତ୍ରିପାଠୀ, ପଣ୍ଡିତ ପ୍ରବୀଣ ମିଶ୍ର ଓ ପଣ୍ଡିତ ବିଘ୍ନରାଜ ନନ୍ଦଙ୍କ ମନ୍ତ୍ର ଉଚ୍ଚାରଣରେ ନବରାତ୍ରର ଷଷ୍ଠ ଦିନରେ ଦେବୀ ଦୁର୍ଗା କାତ୍ୟାୟନୀ ବେଶରେ ପୂଜା ପାଉଛନ୍ତି । ଦେବୀ କାତ୍ୟାୟନୀ ସିଂହ ଉପରେ ବିରାଜମାନ କରିଥାନ୍ତି । ତାଙ୍କର ଚାରି ବାହୁ ରହିଛି, ବାମ ହାତରେ ସେ ଏକ ପଦ୍ମଫୁଲ ଓ ଖଣ୍ଡା ଧାରଣ କରିଥାନ୍ତି । ଡାହାଣ ହାତରେ ସେ ଅଭୟ ଓ ବରଦ ମୁଦ୍ରା ପ୍ରଦର୍ଶନ କରନ୍ତି । ଯାହା ଭକ୍ତଙ୍କୁ ନିର୍ଭୟ ଓ ଆଶୀର୍ବାଦ ପ୍ରଦାନ କରେ, ତାଙ୍କର ସ୍ଵର୍ଣ୍ଣଭ ରୂପ, ଉଜ୍ଜ୍ୱଳ ଆଖି ଓ ଆକର୍ଷକ ବେଶଭୂଷା ସମସ୍ତଙ୍କୁ ମୋହିତ କରେ । ଦେବୀ କାତ୍ୟାୟନୀଙ୍କୁ ଶକ୍ତି ସାହାସ ଓ ସଂକଳ୍ପର ପ୍ରତୀକ ଭାବରେ ପୂଜା କରାଯାଏ । ମାନ୍ୟତା ରହିଛି ଯେ, ଭଲ ଜୀବନ ସାଥି ପାଇବା ପାଇଁ କୁମାରୀମାନେ ତାଙ୍କର ପୂଜା କରନ୍ତି । ବ୍ରଜ ଗୋପୀମାନେ ଶ୍ରୀକୃଷ୍ଣଙ୍କୁ ପତି ରୂପରେ ପାଇବା ପାଇଁ ଏହି ଦେବୀଙ୍କର ଆରାଧାନା କରିଥିଲେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ କାତ୍ୟାୟନୀ ଦେବୀ ବୃହସ୍ପତି ଗ୍ରହକୁ ନିୟନ୍‌ନ୍ତ୍‌ନ୍ତ୍ରଣ କରନ୍ତି । ସେ ଭକ୍ତଙ୍କର ନକରାତ୍ମକ ଭାବନାକୁ ନଷ୍ଟ କରି ଶୁଦ୍ଧତା ପ୍ରଦାନ କରନ୍ତି । ମହିଷାସୁରକୁ ଯୁଦ୍ଧରେ ପରାଜିତ କରିଥିବାରୁ ଦେବୀ କାତ୍ୟାୟନୀ ମହିଷାମର୍ଦ୍ଧିନୀ ନାମରେ ମଧ୍ୟ ପରିଚିତ । ସର୍ବ ପ୍ରଥମେ ସୂର୍ଯ୍ୟ ଦେବତାଙ୍କୁ ଆବାହନ କରି ପୂଜାର୍ଚ୍ଚନା କରି ବନଦୁର୍ଗା ମନ୍ଦିର ପାର୍ଶ୍ୱ ଦେବାଦେବୀଙ୍କୁ ପୂଜା କରାଯାଇଥିଲେ । ପରେ ଦେବୀ ଦୁର୍ଗାଙ୍କ ଷଷ୍ଠ ଅବତାରରେ ମା’ କାତ୍ୟାୟନୀ ଦେବୀଙ୍କ ଷୋଡଶ ଉପଚାର ସହିତ ହୋମ କରି ପୂଜାର୍ଚ୍ଚନା କରିଥିଲେ । ଅରୁଣ କୁମାର ଦାନି ଓ ତାଙ୍କ ସହଧର୍ମିଣୀ ରୂପାରାଣୀ ସାହୁ ପ୍ରତ୍ୟେକ ଦିନର କର୍ତ୍ତା ଦାୟିତ୍ୱ ବହନ କରୁଛନ୍ତି । ସକାଳ ୭ଟା ସମୟରେ ପୂଜା, ବାଳଭୋଗ ଆଳତୀ ସହିତ ୭୦.୦ ଟଙ୍କା ବିନିମୟରେ ଭକ୍ତଙ୍କ ପାଇଁ ଅନ୍ନଭୋଗର ବ୍ୟବସ୍ଥା କରାଯାଇଛି । ବନଦୁର୍ଗା ମନ୍ଦିରର ସଭାପତି ଡ଼ା. ପ୍ରଭାତ ନାରାୟଣ ତ୍ରିପାଠୀ, ସମ୍ପାଦକ ଗୋପାଳ ଚନ୍ଦ୍ର ଭୋଇ, କୋଷାଧକ୍ଷ୍ୟ ଅନିଲ କୁମାର ବେହେରାଙ୍କ ତତ୍ୱାବଧାନରେ ଗଜିଆ ଶର୍ମା, ପ୍ରତାପ ମିଶ୍ର, ଗଜୁ ଅଗ୍ରୱାଲ, ଅଜିତ ଶତପଥୀ, ସୁଶାନ୍ତ ପଧାନ, ବିଷ୍ଣୁ ଥପା ଓ ଉମେଶ ସାହୁଙ୍କ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ କରି ଆସୁଛନ୍ତି ।

Leave A Reply

Your email address will not be published.