pakka

ନିଲଜି ସରସ୍ୱତୀ ଶିଶୁମନ୍ଦିରର ୧୬ତମ ବାର୍ଷିକ ବନବିହାର

bbehera

ସିନାପାଲି, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ନିଲଜି ଗ୍ରାମରେ ଥିବା ସରସ୍ୱତୀ ଶିଶୁମନ୍ଦିରର ୧୬ତମ ବାର୍ଷିକ ବନବିହାର କାର୍ଯ୍ୟକ୍ରମ ପତେଳପଡା ଗ୍ରାମର ଶ୍ରୀ ଜଗନ୍ନାଥ ମନ୍ଦିର ନିକଟରେ ଥିବା ଉଦନ୍ତି ନଦୀକୂଳରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ହୋଇଥିବା ସଭା କାର୍ଯ୍ୟରେ ଶିଶୁ ମନ୍ଦିର ପରିଚାଳନା କମିଟିର ସଭାପତି ତଥା ବିଶିଷ୍ଟ ଶିକ୍ଷାବିତ୍‌ ସତ୍ୟବ୍ରତ ଗହୀର ସଭାପତିତ୍ଵ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ନୂଆପଡ଼ା ଜିଲ୍ଲା ବିଜେପି ସଭାପତି ସୁବ୍ରତ କୁମାର ଠାକୁର, ମୁଖ୍ୟ ବକ୍ତା ଭାବରେ ସମାଜସେବୀ କ୍ଷମାଧର ନିଆଲ ଏବଂ ସମ୍ମାନିତ ଅତିଥି ଭାବରେ ବିଜେପି ସମଲେଇ ମଣ୍ଡଳ ସଭାପତି ପ୍ରତାପ ଚନ୍ଦ୍ର ମେହେର, ତାରାଚନ୍ଦ୍ର ପ୍ରଧାନ, କୁମ୍ଭ ବାଗ ଓ ଜଗନ୍ନାଥ ମନ୍ଦିର ପୂଜକ ମଞ୍ଚାସୀନ ଥିଲେ । ପ୍ରଧାନ ଆଚାର୍ଯ୍ୟ ପ୍ରସାନନ୍ଦ କୁମ୍ଭାର ଅତିଥିମାନଙ୍କ ପରିଚୟ ପ୍ରଦାନ ସହିତ ସ୍ୱାଗତ କରିଥିଲେ । ଆଚାର୍ଯ୍ୟ ମିନିକେତନ ହଂସ ମଞ୍ଚ ପରିଚାଳନା କରିଥିବା ବେଳେ ବୀରଭଦ୍ର ସା ସଭାଶେଷରେ ଅତିଥିମାନଙ୍କୁ ଧନ୍ୟବାଦ ଦେଇଥିଲେ । ଅତିଥି ଗଣ ପ୍ରକୃତି ଓ ପରିବେଶ ସବୁଠାରୁ ବଡ ଶିକ୍ଷାନୁଷ୍ଠାନ ଏବଂ ସମୟ ଓ ସମାଜ ସବୁଠାରୁ ବଡ ଶିକ୍ଷକ ବୋଲି ମତବ୍ୟକ୍ତ କରିଥିଲେ । ପରେ ପରେ ଶିଶୁ ମନ୍ଦିରର କୁନି କୁନି ଛାତ୍ରଛାତ୍ରୀଙ୍କ ଦ୍ଵାରା ଭଜନ ଓ ଦେଶାତ୍ମବୋଧକ ଗୀତ ତାଳେ ତାଳେ ମନଛୁଆଁ ନୃତ୍ୟ ପରିବେଷିତ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମ ଆୟୋଜନ କରିବାରେ ଆଚାର୍ଯ୍ୟ, ଆଚାର୍ଯ୍ୟା, କମିଟି ସଭ୍ୟ, ସଭ୍ୟା, ଅଭିଭାବକ ଓ ଅଭିଭାବିକା ଗଣ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

1 × two =