oom

ବାଲ୍ୟ ବିବାହ ରୋକିଲା ପ୍ରଶାସନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ଅରୁଣ କୁମାର ଖୁଆସ, ବଲାଙ୍ଗିର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସଲମନି ସୋରେନ, ଆସିଡିଏସ୍‌ ସୁପରଭାଇଜର ଗାୟତ୍ରୀ ବାରିକ, ସ୍ଥାନୀୟ ଅଙ୍ଗନୱାଡି କର୍ମୀ ଦୁଲଣୀ ସୁନା, ଚାଇଲ୍ଡ ଲାଇନର ସ୍ୱେଚ୍ଛାସେବୀ ବୀଣା ପୁଟେଲ, ହମିଦ ଖାତୁନ ପ୍ରମୁଖ ବିଜାଖମନ ହରିଜନପଡାର ଏକ ବାଲ୍ୟ ବିବାହକୁ ରୋକିବାକୁ ସକ୍ଷମ ହୋଇଛନ୍ତି । ଏହି ଗସ୍ତ କାଳରେ ସାମାଜିକ କର୍ମୀ ଅରୁଣ ଖୁଆସ ଉପସ୍ଥିତ ଭଦ୍ରବ୍ୟକ୍ତି, ଏସ୍‌.ଏଚ୍‌.ଜି ମହିଳା, ନାବାଳିକା କନ୍ୟାଙ୍କର ପିତା ମାତାଙ୍କୁ ନେଇ ଏକ ଛୋଟ ବୈଠକରେ କହିଥିଲେ ଯେ, ଭାରତ ଭଳି ଏକ ଜନ ମଙ୍ଗଳ ରାଷ୍ଟ୍ରରେ ଦେଶର ସୁସ୍ଥ ମାନବ ସମ୍ବଳର ଦୃଢ ବିକାଶ ପାଇଁ ସମାଜର ସମସ୍ତ ବର୍ଗର ଲୋକଙ୍କୁ ବାଲ୍ୟ ବିବାହ ଭଳି ଏକ ଘୃଣ୍ୟ ପ୍ରଥାକୁ ସମସ୍ତେ ମିଳିମିଶି ବିଲୋପ କରିବାର ବେଳ ଆସି ସାରିଛି । ପୁଣି, ଯେହେତୁ ଅଠର ବର୍ଷ ପୂର୍ବରୁ ଶିଶୁ କନ୍ୟା ମାତୃତ୍ୱ ଲାଭ କଲେ ତାର ଓ ତାର ଜନ୍ମିତ ଶିଶୁର ଶାରିରୀକ ତଥା ସ୍ୱାସ୍ଥ୍ୟଗତ କ୍ଷତି ଓ ଦୁର୍ବଳତା ହେବାର ସମ୍ଭାବନା ଅଛି, ତେଣୁ ଏହାର କୁପରିଣତିକୁ ବୁଝି ବାଲ୍ୟ ବିବାହ ଠାରୁ ସମସ୍ତଙ୍କୁ ଦୂରରେ ରହିବା ଉଚିତ ବୋଲି ପ୍ରକାଶ କରିଥିଲେ ଓ ଉପସ୍ଥିତ ସମସ୍ତେ ସହମତି ପ୍ରକାଶ କରି ଶପଥ ନେଇଥିଲେ ଯେ, ତାଙ୍କ ଅଞ୍ଚଳ ବା ଜ୍ଞାତ ସାରରେ ବାଲ୍ୟବିବାହ କରାଇବେ ନାହିଁ ଅବା ହେବାକୁ ମଧ୍ୟ ଦେବେ ନାହିଁ । ଏଠାରେ ପ୍ରକାଶଯୋଗ୍ୟ ଯେ, ଏହି ବୈଠକରେ ବଲାଙ୍ଗିର ଟାଉନଥାନାର ପ୍ରତିନିଧି ଗଣ ମଧ୍ୟ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକୁ ସଫଳ କରାଇଥିଲେ ଓ ଜନଗଣଙ୍କ ସହଯୋଗ କାମନା କରିଥିଲେ ।

jittmm
Leave A Reply

Your email address will not be published.