csstore

ବଲାଙ୍ଗିର ଜିଲ୍ଲାରୁ ଆଜି ୧୬ ଆକ୍ରାନ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲାରୁ ସମୁଦାୟ ୧୬ଜଣ ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରୁ ଜଣାପଡିଛି । ଆଜି ମିଳିଥିବା ସରକାରୀ ରିପୋର୍ଟ ଅନୁସାରେ ଆଗଲପୁର ବ୍ଲକରୁ ଜଣେ, ବଲାଙ୍ଗିର ସହରାଞ୍ଚଳରୁ ୩ଜଣ, ବେଲପଡା ବ୍ଲକରୁ ଜଣେ, ଦେଓଗାଁ ବ୍ଲକରୁ ୨ଜଣ, ଖପ୍ରାଖୋଲ ବ୍ଲକରୁ ୨ଜଣ, ଲୋଇସିଂହା ବ୍ଲକରୁ ଜଣେ, ମୁରିବାହାଲ ବ୍ଲକରୁ ୨ଜଣ, ପୁଇନ୍ତଳା ବ୍ଲକରୁ ଜଣେ, ସଇଁନ୍ତଳା ବ୍ଲକରୁ ଜଣେ, ଟିଟିଲାଗଡ ଗ୍ରମାଞ୍ଚଳରୁ ଜଣେ ଓ ତୁରେକେଲା ବ୍ଲକରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ସୁଦ୍ଧା ଜିଲ୍ଲାରେ ସମୁଦାୟ ୨୨୭୯୧ ଜଣ ସଂକ୍ରମିତଙ୍କ ମଧ୍ୟରୁ ୨୨୪୩୨ ଜଣ ସୁସ୍ଥ ହୋଇଥିବା ବେଳେ ୨୭୯ ଜଣ ସକ୍ରିୟ ଓ ୮୦ ଜଣ ମୃତ୍ୟୁବରଣ କରିଥିବା ସରକାରୀ ସୂଚନା ରହିଛି ।

jayashree
Leave A Reply

Your email address will not be published.