pakka

ବଲାଙ୍ଗିରରେ କାଳ ବୈଶାଖୀର ତାଣ୍ଡବ : ଇଲେକ୍ଟ୍ରି ଅଫିସ ସାମ୍ନା ମଝି ରାସ୍ତାରେ ପଡିଲା ଗଛ, ଯାତାୟତ ବାଧାପ୍ରାପ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସନ୍ଧ୍ୟା ସମୟରେ ବଲାଙ୍ଗିରରେ କାଳ ବୈଶାଖୀ ଯୋଗୁଁ ପ୍ରବଳ ବର୍ଷା ହେବା ସହିତ ଝଡ ତୋଫାନ ହୋଇଥିଲା । ଫଳରେ ବଲାଙ୍ଗିର ସହରର ଇଲେକ୍ଟ୍ରି ଅଫିସ ସାମ୍ନା ମଝି ରାସ୍ତାରେ ଏକ ଗଛ ପଡିଯିବାରୁ ଯାତାୟତ ବାଧାପ୍ରାପ୍ତ ହୋଇ ପ୍ରବଳ ଭିଡ ହୋଇଥିବା ଦେଖିବାକୁ ମିଳିଥିଲା । ପରେ ଇଲେକ୍ଟ୍ରି ଅଫିସର କର୍ମଚାରୀମାନେ ଗଛକୁ ମଝି ରାସ୍ତାରୁ ହଟାଇ ରାସ୍ତା ସଫା କରିଥିବା ଜଣାପଡିଛି ।

Leave A Reply

Your email address will not be published.

2 × three =