ପୁଇଁତଳା ବ୍ଲକ ସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଓ କୁଇଜ୍‌ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ ସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଦମୟନ୍ତୀ ଉଚ୍ଚ ବିଦ୍ୟାଳୟ ବହଲପଦର ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଦିଲୀପ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପୁଇଁନ୍ତଲା ବ୍ଲକ ଶିକ୍ଷାଧିକାରୀ ଲୋକନାଥ ସୁନା, ସମ୍ମାନିତ ଅତିଥି ଭାବେ ବ୍ଲକ ଆବାହକ ଗିରିଜା ବାଙ୍କି, ବ୍ଲକ ସଂଯୋଜକ ଜୟକୃଷ୍ଣ ନାଏକ ସଂମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ବିଜ୍ଞାନ ଶିକ୍ଷକ ନାରାୟଣ ମିଶ୍ର । ପୁଇଁତଳା ବ୍ଲକର ୨୭ଟି ବିଦ୍ୟାଳୟରୁ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ଚଳିତ ବର୍ଷର ମୁଖ୍ୟ ବିଷୟ ‘ଶ୍ରୀଅନ୍ନ- ଏକ ମୂଲ୍ୟ ବର୍ଦ୍ଧିତ ଖାଦ୍ୟ ଅଥବା ଭ୍ରାନ୍ତି ଆହାର’ ବିଷୟରେ ସେମାନଙ୍କର ମନ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ ପ୍ରଥମ ସ୍ଥାନ ଓଏଭି ମହିମୁଣ୍ଡାର ଛାତ୍ର ମନିଷ କୁମାର ମିଶ୍ର, ଦ୍ୱିତୀୟ ସ୍ଥାନ ଛତାମଖନା ହାଇସ୍କୁଲର ରୋହନ ଶିକା ଓ ସାଉନ୍ତପୁର ହାଇସ୍କୁଲ ର ଛାତ୍ରୀ ଅଲିସା ତାଣ୍ଡି ତୃତୀୟ ସ୍ଥାନ ଅଧିକାର କରିଥିଲେ । ବରିଷ୍ଠ ବିଭାଗର କୁଇଜ୍‌ ପ୍ରତିଯୋଗିତାରେ ବୁବେଲ ହାଇସ୍କୁଲର ଅବିନାଶ କର୍ମୀ ପ୍ରଥମ ଓ କନିଷ୍ଠ ବିଭାଗର କୁଇଜ ପ୍ରତିଯୋଗିତାରେ ଓଏଭି ମହିମୁଣ୍ଡା ଛାତ୍ର ଆଦିତ୍ୟ ପଟେଲ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରୀୟ ବିଜ୍ଞାନ କୁଇଜ ପ୍ରତିଯୋଗୀତାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଉଦ୍‌ଯାପନୀ ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାଜେନ୍ଦ୍ର ମିଶ୍ର ଯୋଗ ଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ବିଚାରକ ଭାବରେ ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ପ୍ରତାପ ସାଇ ପଟେଲ ଓ ଅଇଁଲାଚୁଆଁ ହାଇସ୍କୁଲର ବିଜ୍ଞାନ ଶିକ୍ଷୟିତ୍ରୀ ସଂଜିବନୀ ପଣ୍ଡା ଯୋଗ ଦେଇଥିଲେ । ବିଭିନ୍ନ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ସମସ୍ତ କର୍ମଚାରୀ, ବନ୍ଧପଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ଆନନ୍ଦ ବଡପଣ୍ଡା ଓ ବିଦ୍ୟାଳୟ ପରିଚାଳନା କମିଟି ସହଯୋଗ କରିଥିଲେ । ଶେଷରେ ବିଜ୍ଞାନ ଶିକ୍ଷକ ଯୁଧିଷ୍ଠିର ସାହୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

9 + fifteen =