csstore

ବଲାଙ୍ଗିର ବ୍ଲକ ଏବଂ ମ୍ୟୁନିସିପାଲିଟି ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଏବଂ କୁଇଜ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପୋଲିସ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରାଟ କେଶରୀ ପ୍ରଧାନଙ୍କ ସଭାପତିତ୍ୱରେ ବଲାଙ୍ଗିର ବ୍ଲକ ଏବଂ ମ୍ୟୁନିସିପାଲିଟି ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଏବଂ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଋଷିକେଶ ଡି.ଖିଲାରୀ, ଶିକ୍ଷାବିତ୍‌ ସନାତନ ଠାକୁର, ଡି.ଏସ୍‌.ଏସ୍‌ ରାଜେଶ ମିଶ୍ର, ସରୋଜ ନାଏକ ଯଥା କ୍ରମେ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି, ମୁଖ୍ୟବକ୍ତା ଏବଂ ଆବାହକ ରୂପେ ମଂଚାସିନ ଥିଲେ । ବିଦ୍ୟାଳୟ ପରିଚାଳନା କମିଟି ସଂପାଦକ ରିଜର୍ଭ ଇନ୍‌ସିପେକ୍ଟର ପ୍ରଦୀପ୍ତ କୁମାର ଦେବତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଏବଂ ସହଯୋଗରେ କାର୍ଯ୍ୟକ୍ରମଟି ସଂପାଦିତ ହୋଇଥିଲା । ସର୍ବମୋଟ ୨୮ଟି ବିଦ୍ୟାଳୟର ୫୬ ଜଣ ପ୍ରତିଯୋଗୀ ବିଜ୍ଞାନ ଆଲୋଚନା ଚକ୍ର ଏବଂ କୁଇଜରେ ଅଂଶଗ୍ରହଣ କରିଥିଲେ । ସମସ୍ତ ପ୍ରତିଯୋଗୀ ଏବଂ ବିଜେତାଙ୍କୁ ପ୍ରମାଣପତ୍ର ଏବଂ ପୁରସ୍କାର ବଲାଙ୍ଗିର ନଗରପାଳ ଶ୍ରୀମତୀ ଲିକା ସାହୁଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା ।
ଡ.ବୁଦ୍ଧଦେବ ମିଶ୍ର, ପ୍ରାଧ୍ୟାପକ, ସ୍ନେହଲତା ପଧାନ, ଅଧ୍ୟାପକ ଆୟୁର୍ବେଦ ମହାବିଦ୍ୟାଳୟ ବଲାଙ୍ଗିର ଏବଂ ଦିପାଞ୍ଜଳି ଯୋଷୀ, ରଣ୍ଡା ଉଚ୍ଚ ବିଦ୍ୟାଳୟ ବିଚାରକ ରୂପେ ଯୋଗଦାନ କରିଥିଲେ । ବିଦ୍ୟାଳୟର କର୍ମଚାରୀ କୃଷ୍ଣପ୍ରିୟା ପଣ୍ଡା, ଶରତ ନାଗ, ଛାତ୍ରଛାତ୍ରୀ, ବିଦ୍ୟାଳୟ ଆଲୁମନି କମିଟିର ଆନନ୍ଦ ଖୁଆସ, ଗୋବିନ୍ଦ ବହିଦାର, ଜୟ କିଶାନ ରଣା ଏବଂ ଜିଲ୍ଲା ବିଜ୍ଞାନ କମିଟିର କାର୍ଯ୍ୟକର୍ତ୍ତା ସମସ୍ତ କାର୍ଯ୍ୟକ୍ରମର ସଫଳତା ଦିଗରେ ପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ । ସର୍ବଶେଷରେ ସହକାରୀ ଶିକ୍ଷକ ସରୋଜ କୁମାର ମାଝି ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.