jsm

ବଲାଙ୍ଗିର ମାଟିର ମହାନ୍ ସ୍ରଷ୍ଟା ପୁରୁଷଙ୍କ ଚିତ୍ର ମଧ୍ୟ ରହୁ

csstore

ବଲାଙ୍ଗିର, (କେପିଏନ୍ଏସ୍) : ବିଭିନ୍ନ ଆକର୍ଷଣୀୟ ଦୃଶ୍ୟରାଜି ଓ ମହାପୁରୁଷଙ୍କ ସୁଦୃଶ୍ୟ ଚିତ୍ରରେ ଏବେ ଝଲସୁଛି ବଲାଙ୍ଗିର ସହର । ସହର ମଧ୍ୟରେ ରହିଥିବା ମୁଖ୍ୟ ରାସ୍ତା କଡ଼ର ଓ୍ବାଲ୍ ଗୁଡିକରେ ଚିତ୍ର ଅଙ୍କାଯାଇ ବଲାଙ୍ଗିର ସହରକୁ ସୁଦୃଶ୍ୟ କରାଯାଉଛି । ଏହା ସ୍ୱାଗତ ଯୋଗ୍ୟ ପଦକ୍ଷେପ ହୋଇଥିବା ବେଳେ ବଲାଙ୍ଗିର ମାଟିର ମହାନ୍ ସାରସ୍ୱତ ସାଧକ ମାନଙ୍କର ଚିତ୍ର ମଧ୍ୟ ଏଥିରେ ସାମିଲ ହେବା ଉଚିତ ବୋଲି ସାହିତ୍ୟିକ ମହଲରେ ମତ ପ୍ରକାଶ ପାଇଛି । ବିଧୁଭୂଷଣ ଗୁରୁ, ଗୋକୁଳାନନ୍ଦ ଅଗସ୍ତି ଶର୍ମା, ବ୍ରଜବିହାରୀ, ଓଁକାର ପାଣିଗ୍ରାହୀ, ପଦ୍ମଶ୍ରୀ ଡ. ଶ୍ରୀନିବାସ ଉଦଗାତା, ସାରଳା ପୁରସ୍କାର ବିଜେତା କଥାଶିଳ୍ପୀ ମନୋଜ ପଣ୍ଡା, ନରସିଂହ ପ୍ରସାଦ ଗୁରୁ ତଥା ଆହୁରି ଅନେକ ବଲାଙ୍ଗିର ମାଟିର ସୁଯୋଗ୍ୟ ସ୍ରଷ୍ଟାଙ୍କ ଚିତ୍ର ଏହି କାର୍ୟ୍ୟକ୍ରମରେ ପ୍ରଦର୍ଶିତ ହେବା ଆବଶ୍ୟକ ବୋଲି କୁହାଯାଇଛି ।

yuvodaya
Leave A Reply

Your email address will not be published.