csstore

ଆଜି ବିଶ୍ୱ ମିତବ୍ୟୟିତା ଦିବସ : ସ୍ୱଳ୍ପ ସଂଚୟ ସଚେତନତା ରଥ ଚଳାଇ ପାଳନ କଲା ବଲାଙ୍ଗିର ଜିଲ୍ଲା ପ୍ରଶାସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବିଶ୍ୱ ମିତବ୍ୟୟିତା ଦିବସ । ଏକ ସ୍ୱଳ୍ପ ସଂଚୟ ସଚେତନତା ରଥ ଚଳାଇ ଏହି ଦିବସକୁ ପାଳନ କରିଛି ବଲାଙ୍ଗିର ଜିଲ୍ଲା ପ୍ରଶାସନ । ସ୍ଥାନୀୟ କୋଶଳ କଳା ମଣ୍ଡଳରୁ ସ୍ୱଳ୍ପ ସଂଚୟ ସଚେତନତା ରଥ ବାହାରିଥିବା ବେଳେ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଜିଲ୍ଲାପାଳ ଚଂଚଳ ରାଣା ଏହାକୁ ଶୁଭାରମ୍ଭ କରିଥିଲେ । ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ବିଜୟ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ୟ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ରାଣା ମୁଖ୍ୟଅତିଥି ଭାବେ ଏବଂ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ ଓ ବଲାଙ୍ଗିର ଜିଲ୍ଲା ଡାକଘର ଅଧିକ୍ଷକ ରାଜେନ୍ଦ୍ର କୁମାର ପଟ୍ଟନାୟକ ଯୋଗ ଦେଇଥିଲେ । ତେବେ ସ୍ୱଳ୍ପ ସଂଚୟ ସଚେତନତା ରଥ ଆଖପାଖର ପ୍ରାୟ ୨୦ଟି ଗ୍ରାମ ଭ୍ରମଣ କରିଥିବା ବେଳେ ଏହା ଫଳରେ ଲୋକେ ମିତବ୍ୟୟିତା ପ୍ରତି ଆକର୍ଷିତ ହୋଇ ସ୍ୱଳ୍ପ ସଂଚୟ ପାଇଁ ଆଗ୍ରହୀ ହେବେ ବୋଲି ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ଶ୍ରୀ ଶତପଥୀ ପ୍ରକାଶ କରିଛନ୍ତି ।

jayashree
Leave A Reply

Your email address will not be published.