centurian jitm

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ବେଲପଡା ବ୍ଳକ ସରମୁହାଣ ଗ୍ରା.ପ.ରୁ ଜଣେ, ଦେଓଗାଁ ବ୍ଲକ କୁତୁର୍ଲା ଗ୍ରା.ପ.ରୁ ଜଣେ, ଗୁଡଭେଲା ବ୍ଲକ ରୁସୁଡା ଗ୍ରା.ପ.ରୁ ଜଣେ, ଖପ୍ରାଖୋଲ ବ୍ଳକ ଧଣ୍ଡାମୁଣ୍ଡା ଗ୍ରା.ପ., ପଡିଆବାହାଲ ଗ୍ରା.ପ.ଏବଂ ଭାନପୁର ଗ୍ରା.ପ.ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ପାଟଣାଗଡ ଏନ୍‌ଏସ୍‌ସି ୱାର୍ଡ ନଂ. ୫ରୁ ଜଣେ, ସଇଁନ୍ତଲା ବ୍ଲକ ବଡମାଲ ଗ୍ରା.ପ.ରୁ ଜଣେ ଏବଂ ତୁରେକେଲା ବ୍ଲକ ଝରନୀ ଗ୍ରା.ପ.ରୁ ୨ ଜଣ ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି ।

Leave A Reply

Your email address will not be published.