csstore

ବଲାଙ୍ଗିରରେ ଜନ୍ମିତ ଅଂଶୁମାନ ପଣ୍ଡା ନ୍ୟୁୟର୍କ ଫେସନ୍‌ ୱିକ୍‌ର ମଡେଲ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶିଷ୍ଟ କୋଶଲୀ କବି ତଥା ଐତିହାସିକ ଡକ୍ଟର ଶଶାଙ୍କ ଶେଖର ପଣ୍ଡା ଓ ବଲାଙ୍ଗିର ମହିଳା ମହାବିଦ୍ୟାଳୟର ମନସ୍ତତ୍ୱ ବିଭାଗର ଅବସରପ୍ରାପ୍ତ ଶ୍ରୀମତୀ ଜଗଦମ୍ବା ମିଶ୍ରଙ୍କର ସୁପତ୍ର ଯୁବ ଇଂଜିନିୟର୍‌ ଅଂଶୁମାନ ଯୁକ୍ତରାଷ୍ଟ ଆମେରିକାର ନ୍ୟୁୟର୍କ ମହାନଗରୀର ଗୋଥାମ୍‌ ହଲ୍‌ରେ ଆୟୋଜିତ ଆନ୍ତର୍ଜାତୀୟ ନ୍ୟୁୟର୍କ ଫେସନ୍‌ ୱିକ୍‌ର ସ୍ୱତନ୍ତ୍ର ଭାରତୀୟ ଐତିହ୍ୟ ଦିବସର ରେଂପ୍‌ୱାକ୍‌ରେ ନର୍ଥ କୋରୋଲିନାର ବିଖ୍ୟାତ ଆର୍ଣ୍ଣି ଫେସନ୍‌ ଜ୍ୱେଲେରୀ କଂପାନୀର ଜଣେ ପୁରୁଷ ମଡେ଼ଲ୍‌ ଭାବରେ ପାରଂପାରିକ ଭାରତୀୟ ପୋଷାକ ଧୋତି ଓ ସମ୍ବଲପୁରୀ କୁର୍ତା ପରିଧାନ କରି ଭାରତୀୟ ଅଳଂକାରକୁ ବିଶ୍ୱରେ ପ୍ରଚାର ପ୍ରସାର କରିଥିଲେ । ଏହି କ୍ରମରେ ହଜାର ହଜାର ପ୍ରତିଯୋଗୀ ମାନଙ୍କ ମଧ୍ୟରେ ସମଗ୍ର ବିଶ୍ୱରେ ବିଭିନ୍ନ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଅଂଶୁମାନ ସେପ୍‌ଟେମ୍ବର ୧୩ ତାରିଖରେ ଏହି ଉତ୍ସବରେ ଭାଗ ନେବା ପାଇଁ ମନୋନୀତ ହେବା ପରେ ବଲାଙ୍ଗିର ସହ ସମଗ୍ର ଓଡ଼ିଶାରେ ଖୁସିର ଲହରି ଖେଳିଯାଇଛି ।

jayashree
Leave A Reply

Your email address will not be published.