ତେନ୍ତୁଳିଗଛକୁ ବଜ୍ରପାତ : ଘର ଉପରେ ପଡିଲା ଗଛ

  • ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ମ.ରାମପୁର, (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଡି.କର୍ଲ୍ଲାଖୁଣ୍ଟା ଗ୍ରାମରେ ଅଜି ଅପରାହ୍ନରେ ଘଡଘଡି ସହ ବର୍ଷା ହୋଇଥିଲା । ଏତିକି ବେଳେ ଏକ ବିରାଟକାୟ ତେନ୍ତୁଳି ଗଛକୁ ବଜ୍ରପାତ ହୋଇଥିଲା । ଫଳରେ ଗ୍ରାମର ସୁଶାନ୍ତ ଛତ୍ରିଆଙ୍କ ଘର ଉପରେ ଗଛଟି ପଡିଗଲା । ଅଳ୍ପକେ ବର୍ତ୍ତିଗଲେ ପରିବାର । ତାଙ୍କ ଚାଳ ଛପର ଆଜବେଷ୍ଟର ଭାଙ୍ଗି ଯିବା ସହ ଧାନ, ଚାଉଳ ଘରର ସମସ୍ତ ସାମଗ୍ରୀ ନଷ୍ଟ ହୋଇ ବହୁ କ୍ଷୟକ୍ଷତି ହୋଇଛି । ଅଳ୍ପକେ ବର୍ତ୍ତିଯାଇଛନ୍ତି ସପରିବାର । ଘରର ଉପରୁ ବିଦ୍ୟୁତ ତାର ଯାଇ ଥିବାରୁ ତାହା ମଧ୍ୟ ଛିଣ୍ଡି ଘର ଉପରେ ପଡି ଯାଇଛି । ମ. ରାମପୁର ଅଗ୍ନିଶମ ବିଭାଗ ପହଞ୍ଚି ଗଛକୁ ସଫା କରିବାରେ ଲାଗିଛନ୍ତି । ସରକାର ତୁରନ୍ତ ଅସହାୟ ସୁଶାନ୍ତକୁ ସମସ୍ତ ସରକାରୀ ଯୋଜନାରେ କ୍ଷୟକ୍ଷତିର ଆକଳନ କରି ଆବାସ ଯୋଜନାରେ ଘର ଖଣ୍ଡିଏ ଦେବାକୁ ଦାବି ହେଉଛି ।

Leave A Reply

Your email address will not be published.