+୩ ଷଷ୍ଠ ସେମିଷ୍ଟାର ଫଳାଫଳରେ ରୋତ୍‌ କଲେଜ୍‌ର ୩ ଛାତ୍ରୀଙ୍କ ବାଜିମାତ୍‌

ଆଗଲପୁର, (ଦେବାଶିଷ ପଧାନ) : ଯୁକ୍ତ ୩ ଷଷ୍ଠ ସେମିଷ୍ଟାର୍‌ର ଫଳାଫଳ ପ୍ରକାଶ ପାଇଥିବା ବେଳେ ଏଥିରେ ରୋତ୍‌ରେ ଅବସ୍ଥିତ ଆଗଲପୁର ପଞ୍ଚାୟତ ସମିତି କଲେଜର ୩ ଜଣ ଛାତ୍ରୀ ବାଜିମାତ୍‌ କରିଥିବା ଜଣାପଡ଼ିଛି । ସଂପୃକ୍ତ କଲେଜର ୩ ଜଣ ଛାତ୍ରୀ ଟପ୍‌ ଟେନ୍‌ରେ ଆସିଛନ୍ତି । ଓଡ଼ିଆ ସମ୍ମାନରେ ୮.୧୧ ସିଜିପିଏ ପ୍ରାପ୍ତ ହୋଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଶିବାନୀ ସରାଫ ଏବଂ ୭.୯୧ ସିଜିପିଏ ପ୍ରାପ୍ତ ହୋଇ ଦଶମ ସ୍ଥାନ ଅକ୍ତିଆର କରିଛନ୍ତି ମିତା ସା । ସେହିଭଳି ଇତିହାସ ସମ୍ମାନରେ ୭.୮୦ ସିଜିପିଏ ରଖି ରୀତା ପଧାନ ସପ୍ତମ ସ୍ଥାନ ହାସଲ୍‌ କରିବାରେ ସଫଳ ହୋଇଛନ୍ତି । ସଂପୃକ୍ତ ତିନି ଛାତ୍ରୀଙ୍କ ସଫଳତାରେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଥିବା ବେଳେ ସାରା ଅଂଚଳରେ ଆନନ୍ଦର ମାହୋଲ୍‌ ଦେଖିବାକୁ ମିଳିଛି ।

Leave A Reply

Your email address will not be published.