om academy

ଏନ୍‌ଆଇଟି, ରାଉରକେଲା ଇନୋଭେସନ କାର୍ନିଭାଲ ପ୍ରତିଯୋଗିତାରେ କନକ ମଞ୍ଜରୀ ଇନଷ୍ଟିଚ୍ୟୁଟ ଅଫ ଫାର୍ମାସୀୟୁଟିକାଲ ସାଇନସେସ ଅନୁଷ୍ଠାନର ଦୁଇ ଗୋଷ୍ଠୀଙ୍କ ବାଜିମାତ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାରେ ଥିବା ଏନ୍‌ଆଇଟିଠାରେ ମହାନଦୀ କୋଲ ଫିଲଡ ଲିମିଟେଡ଼ ପ୍ରାୟୋଜିତ ଏନ୍‌ଆଇଟି ପରିସରରେ ଏଫ୍‌.ଟି. ବି.ଆଇ ଆନୁକୂଲ୍ୟରେ ରାଉରକେଲା ଇନୋଭେସନ କାର୍ନିଭାଲ ୨୦୨୩ ପ୍ରତିଯୋଗିତାରେ କନକ ମଞ୍ଜରୀ ଇନଷ୍ଟିଚ୍ୟୁଟ ଅଫ ଫାର୍ମାସିଷ୍ଟକାଲ ସାଇନସେସ ଅନୁଷ୍ଠାନର ଦୁଇ ଗୋଷ୍ଠୀଙ୍କ ବାଜିମାତ କରିଛନ୍ତି । ଉକ୍ତ ପ୍ରତିଯୋଗିତାରେ ରାଉରକେଲା ସହରର ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ଭାଗ ନେଇ ନିଜର ପ୍ରତିଭା ଓ ଦକ୍ଷତା ଦେଖିବାର ସୁଯୋଗ ପାଇଥିଲେ । ମହାବିଦ୍ୟାଳୟ ସ୍ତରରେ ବିଷୟ ଥିଲା ନୂତନ ଉଦ୍ଭିଦ ଏବଂ ବିଜିନେସ ପ୍ଲାନ । ଅନୁଷ୍ଠାନର କିଛି ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଭାଗ ନେଇ ସେମାନଙ୍କ ଉନ୍ନତ ପ୍ରଦର୍ଶନ ନିମନ୍ତେ ପୁରସ୍କୃତ ହୋଇଛନ୍ତି । ପୁରସ୍କୃତ ହେଉଥିବା ଛାତ୍ରୀମାନଙ୍କ ମଧ୍ୟରେ ରହିଛନ୍ତି କ୍ରାନ୍ତି ସ୍ମିତା ସାହୁ, ଆଶୁତୋଷ ଦେବତା, ଚିନ୍ମୟ ପଲାଇ, ଅର୍ପିତା ସ୍ୱାଇଁ ଓ ସୁବ୍ରତା ଦାସ । ଏହି ଦୁଇଛାତ୍ରୀଙ୍କ ସହିତ ଅନ୍ୟ ପୁରସ୍କୃତ ଛାତ୍ରଛାତ୍ରୀଙ୍କୁ ଅନୁଷ୍ଠାନର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ ବିଶ୍ୱ ରଞ୍ଜନ ପଟ୍ଟନାୟକଙ୍କ ସମେତ ଇନଷ୍ଟିଚ୍ୟୁଟର ପ୍ରିନ୍ସପାଲ ଡ ପ୍ରଫେସର ବିଶ୍ବ ରଞ୍ଜନ ବେହେରା, ଡ ପ୍ରଫେସର ଇତିଶ୍ରୀ ମହାନ୍ତି, ଡ ପ୍ରକାଶ ପଲାଇ, ପ୍ରଫେସର ବସନ୍ତ କୁମାର ଦାସ, ଡ. ପ୍ରଫେସର ସୁଭଶ୍ରୀ ସାହୁ ‍ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକାମାନେ ସ୍ୱାଗତ ଓ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.