pakka

ବିଜେପିର ବ୍ରାହ୍ମଣୀ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ

bbehera
  • ମୋଦୀଙ୍କ ଯୋଜନାକୁ ଘରେ ଘରେ ପହଞ୍ଚାଇବା ଉପରେ ଗୁରୁତ୍ୱ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ତାଳଚେର ବ୍ରାହ୍ମଣୀ ମଣ୍ଡଳ ବିଜେପିର କାର୍ଯ୍ୟକାରିଣୀ ସ୍କଟଲାଣ୍ଡପୁର ଠାରେ ବୈଠକ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟରେ ୨୩ବର୍ଷ ଧରି ଚାଲିଥିବା ବିଜେଡି ସରକାର ବିରୁଦ୍ଧରେ ଜନତାର ସ୍ୱରକୁ ଶାଣିତ କରି ବିଜେପି ସବୁ ସ୍ତରରେ ସାଧାରଣ ଲୋକଙ୍କ ସମସ୍ୟାକୁ ନେଇ ଆନ୍ଦୋଳନ କରିବାକୁ ଆହ୍ୱାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଳଚେର ତଥା ଅନୁଗୁଳ ଜିଲ୍ଲାର ବିକାଶ ପାଇଁ ହଜାର ହଜାର କୋଟି ଟଙ୍କା ଦେଇଛନ୍ତି । କିନ୍ତୁ ଏ ଅଂଚଳର ଲୋକ ପ୍ରତିନିଧି ରାଜ୍ୟ ସରକାରଙ୍କଠାରୁ ଏ ଅଂଚଳର ବିକାଶ ପାଇଁ ଟଙ୍କାଟିଏ ଆଣି ନଥିବା ଦୁର୍ଭାଗ୍ୟର ବିଷୟ ବୋଲି ଶ୍ରୀ ସାମଲ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଜନାକୁ ଘରେ ଘରେ ପହଞ୍ଚାଇବା ଏବଂ ବିଜେଡି ସରକାର ଏହାକୁ କିପରି ବାଟ ମାରଣା କରୁଛି ଏବଂ ପ୍ରକୃତ ହିତାଧିକାରୀ ଏଥିରୁ ବଂଚିତ ହେଉଛନ୍ତି ତାହାକୁ ଲୋକଲୋଚନକୁ ଆଣିବା ଉପରେ ଶ୍ରୀ ସାମଲ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି । ବ୍ରାହ୍ମଣୀ ମଣ୍ଡଳ ସଭାପତି ତଥା ସରପଞ୍ଚ ନରେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ବହୁ ସମସ୍ୟା ଉପରେ ଚର୍ଚ୍ଚା ଆଲୋଚନା ହେବା ସହ ରାଜନୈତିକ ଚିଠା ପ୍ରସ୍ତାବ ପାରିତ ହୋଇଥିଲା । ଏଥିରେ ପର୍ଯ୍ୟବେକ୍ଷକ ଭାବେ ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ ଯୋଗଦେଇ ବିଜେପି ସଂଗଠନକୁ ତୃଣମୂଳ ସ୍ତରରେ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ବିଜେପି ନେତା ପ୍ରାକ୍ତନ ସରପଞ୍ଚ ସୁଶାନ୍ତ ପ୍ରଧାନ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରି ଶିକ୍ଷା ସ୍ୱାସ୍ଥ୍ୟ, ଗମନା ଗମନ, ପାନୀୟ ଜଳ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି, ଡ଼ିଏମ୍‌ଏଫ୍‌ରେ ଦୁର୍ନୀତି, ବେକାରୀ ସମସ୍ୟା, କୃଷି କୃଷକର ସମସ୍ୟା, ମଣ୍ଡିରେ ଚାଷୀମାନଙ୍କୁ କଟନୀ ଛଟନି କରି ବ୍ୟାପକ ଠକେଇ, ପରିବେଶ ପ୍ରଦୂଷଣ, ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ବିସ୍ତାର ଭାବେ ଆଲୋଚନା କରିଥିଲେ । ମଣ୍ଡଳ ସାଧାରଣ ସମ୍ପାଦକ ନରେଶ ଚନ୍ଦ୍ର ଦାସ ଓ ଆର ପ୍ରିୟା ରାଜନୈତିକ ଚିଠା ପ୍ରସ୍ତାବକୁ ସମର୍ଥନ କରିଥିଲେ । ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ତଥା ପ୍ରଭାରୀ ବୃନ୍ଦାବନ ବେହେରା, ଜିଲ୍ଲା ଉପ ସଭାପତି ମନୋଜ ପ୍ରଧାନ, ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ନନ୍ଦ ପ୍ରମୁଖ ବିଭିନ୍ନ ବିଷୟ ଉପରେ ମତ ରଖିଥିଲେ । ମଣ୍ଡଳ ସାଧାରଣ ସମ୍ପାଦକ ଖଇରା ପ୍ରଧାନ ଧନ୍ୟବାଦ ଦେଇଥିଲେ । ମଣ୍ଡଳ କାର୍ଯ୍ୟକାରିଣୀ ସଦସ୍ୟ, ମୋର୍ଚ୍ଚା ସଭାପତିଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.

19 − 17 =