pakka

ଡେଲାଙ୍ଗ ପଞ୍ଚାୟତ ସମିତିର ବୈଠକ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ସ୍ଥିତ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ବୁଧବାର ପଞ୍ଚାୟତ ସମିତିର ୪ର୍ଥ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ଅତିରିକ୍ତ ତହସିଲ୍‌ଦାର ରଞ୍ଜନ କୁମାର ନାୟକ, ଅତିରିକ୍ତ ଉନ୍ନୟନ ଅଧିକାରୀ ପ୍ରଦୀପ୍ତ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜେଶ୍ୱର ମହାରଣା, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଜାପାନୀ ମିତ୍ର, ପଂଚାୟତ ଅଧିକାରୀ ରତିକାନ୍ତ ସାହୁ, ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ, ସାଂସଦ ପ୍ରତିନିଧି ମଳୟ କୁମାର ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ପ୍ରସନ୍ନ ସାହୁ, ସଭ୍ୟ ପ୍ରଜ୍ଞା ଛୋଟରାୟ, ଦୀପ୍ତିଶ୍ରୀ ରାଉତରାୟ ସମେତ ୨୧ ପଂଚାୟତ ସରପଂଚ ସମିତି ସଭ୍ୟ ମାନେ ଉପସ୍ଥିତ ଥିଲେ । ଶିକ୍ଷା, କୃଷି, ସ୍ୱାସ୍ଥ୍ୟ, ଜଳସଂପଦ, ଉଠାଜଳସେଚନ, ଜଙ୍ଗଲ, ଉଦ୍ୟାନ କୃଷି, ଗ୍ରାମ୍ୟ ଜଳ, ଆବସ ଯୋଜନା ଓ ପରିମଳ, ପ୍ରାଣୀ ସଂପଦ ଆଦିର ସମସ୍ୟା ସମ୍ପର୍କରେ ଜନପ୍ରତିନିଧିମାନେ ଦୃଷ୍ଟି ଆକର୍ଷଣ କରିଥିଲେ । ୨୦୨୩-୨୪ ପାଇଁ ନିର୍ଦ୍ଧାରିତ ୯ଟି ଲକ୍ଷ୍ୟଭିତ୍ତିକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି, ୫ଟି ଉଚ୍ଚ ବିଦ୍ୟାଳୟର ସ୍ଥିତି ସଂପର୍କରେ ବିଡିଓ ଶ୍ରୀ ଷଡଙ୍ଗୀ ସୂଚନା ଦେଇଥିଲେ । ବୋଳକଣାର ପଂଚାୟତ ଉଚ୍ଚ ବିଦ୍ୟାଳୟ, ହାକପଡ଼ାର ଚନ୍ଦ୍ରଶେଖର ଦେବ ଉଚ୍ଚ ବିଦ୍ୟାଳୟ ଓ ଖଣ୍ଡିମଙ୍ଗଳପୁରର ପଂଚାୟତ ଉଚ୍ଚ ବିଦ୍ୟାଳୟରେ ଆବଶ୍ୟକ ଭିତ୍ତିଭୂମି ନ ଥିବାରୁ ମଞ୍ଜୁର ହୋଇଥିବା ୫ଟି ରୂପାନ୍ତରିକରଣ କାର୍ଯ୍ୟ ହୋଇପାରୁ ନଥିବା ମତପ୍ରକାଶ ପାଇଥିଲା । ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର, ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ମହିଳା ସ୍ୱାସ୍ଥ୍ୟକର୍ମୀ ନଥିବା, ଜମି ଅଭାବରେ ଉପକେନ୍ଦ୍ର ଗୃହ ନିର୍ମାଣ ହୋଇ ପାରୁନଥିବା, ଆବାସ ଯୋଜନା ହିତାଧିକାରୀ ଚୟନରେ ସ୍ୱଚ୍ଛତା, ପଶୁଙ୍କୁ ସଂକ୍ରମଣ ପ୍ରତିରୋଧ ଟୀକା ପ୍ରଦାନ କରାଯିବା, ଦୟାନଦୀ ସେତୁ ନିର୍ମାଣ ତ୍ୱରାନ୍ୱିତ କରାଯିବା ଆଦି ସମସ୍ୟା ସଂପର୍କରେ ଗୁରୁତ୍ୱ ଦେବା ପାଇଁ ସମିତି ସଭ୍ୟ ଅଜୟ ରାଉତରାୟ, ପ୍ରଭାତ କୁମାର ଜେନା, ଲଲାଟ କେଶରୀ ସାମନ୍ତରାୟ, ହିରଣ୍ମୟୀ ମହାପାତ୍ର, ହରିହର ସ୍ୱାଇଁ ପ୍ରମୁଖ ବିଧାୟକଙ୍କୁ ନିବେଦନ କରିଥିଲେ ।

Leave A Reply

Your email address will not be published.

20 + 14 =