ଲୋଇସିଂହା ଥାନା ସମ୍ମୁଖରେ ମାନସିକ ବିକାରଗ୍ରସ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ସମ୍ମୁଖରେ ଜନୈକ ମାନସିକ ବିକାରଗ୍ରସ୍ତ ଯୁବକ ଉନ୍ମତ୍ତ କାଣ୍ଡ ଭିଆଇଥିବା ଦେଖିବାକୁ ମିଳିଛି । ଗୁରୁବାର ଅପରାହ୍ନ ୨ଟାରେ ଯୁବକଟି ଥାନା ମୁଖ୍ୟ ଫାଟକକୁ ବନ୍ଦ କରି ଦେବା ସହିତ ଥାନା ସମ୍ମୁଖସ୍ଥ ୨୬ ନଂ ଜାତୀୟ ରାଜପଥ ଉପରେ ଲୁହା ତିଆରି ଡିଭାଇଡ଼ର ରଖି କିଛି ସମୟ ପାଇଁ ରାସ୍ତା ଅବରୋଧ କରିଥିଲା । ପରେ ଥାନା ଏଏସ୍‌ଆଇ ଅଶୋକ ପଧାନଙ୍କ ସମେତ କିଛି କର୍ମଚାରୀ ଆସି ସମ୍ପୃକ୍ତ ଯୁବକକୁ କାବୁ କରିଥିଲେ । ସୂଚନା ମତେ, ଲୋଇସିଂହା ଥାନା ବଡଟିକା ଗ୍ରାମର ରଞ୍ଜିତ ପଧାନଙ୍କ ଏକମାତ୍ର ପୁଅ ନିଲାଞ୍ଚଳ(୨୩) । ପ୍ରାୟ ୩ ବର୍ଷ ପୂର୍ବେ ରଂଜିତଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହେବା ପରେ ପୁଅ ନିଲାଞ୍ଚଳଙ୍କ ପାଗଳାମୀ ଆରମ୍ଭ ହୋଇଥିବା ରଞ୍ଜିତ ପ୍ରକାଶ କରିଛନ୍ତି । ଏପରିକି ଦିନକ ପୂର୍ବରୁ ନିଲାଞ୍ଚଳ ଗ୍ରାମର ଜଣଙ୍କର ବାଇକ ପୋଡ଼ିଦେବା ସହିତ କିଛି ଲୋକଙ୍କୁ ଆକ୍ରମଣ କରି ଖଣ୍ଡିଆଖାବରା କରି ଦେଇଥିବା ଜଣାପଡିଛି । ଆହତ ଗ୍ରାମବାସୀଙ୍କ ଆକ୍ରମଣରେ ନିଲାଞ୍ଚଳଙ୍କ ମଧ୍ୟ ମୁଣ୍ଡ ଫାଟିଥିବା ଦେଖିବାକୁ ମିଳିଛି । ନିଲାଞ୍ଚଳଙ୍କ ପାଗଳାମୀ ଅସହ୍ୟ ହେବା ପରେ ଆଜି ପୂର୍ବାହ୍ନରେ ରଞ୍ଜିତ ଏବଂ ତାଙ୍କର କିଛି ସମ୍ପର୍କୀୟ ନିଲାଞ୍ଚଳଙ୍କୁ ଧରି ଥାନାକୁ ଆସିଥିଲେ । ପରେ ତାଙ୍କର ଅଧିକ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.

fourteen + five =