csstore

ଆଗଲପୁର ଓଷ୍ଟାର କାର୍ଯ୍ୟକାରିଣୀ ବୈଠକ

ଆଗଲପୁର, (କେପିଏନ୍‌ଏସ୍‌) : ଆଜି ଆଗଲପୁର ବ୍ଲକର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଉପରବାହାଲ ଠାରେ ବ୍ଲକ ଓଷ୍ଟାର କାର୍ଯ୍ୟକାରିଣୀ ବୈଠକ ଉପସଭାପତି ଅଶୋକ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ରାଜ୍ୟ ଓଷ୍ଟା ସଭାପତି ପୁରନ୍ଦର ଦାଶ, ଜିଲ୍ଲା ସଭାପତି ଅବନୀ କୁମାର ତ୍ରିପାଠୀ, ଜିଲ୍ଲା ଉପସଭାପତି ସୁଧୀର କୁମାର ନାଏକ, ବ୍ଲକ ମହିଳା ଯୁଗ୍ମ ସଂପାଦକ ତନୟା ପଧାନ, ଦିଲ୍ଲୀପ ପାଠୀ ଆଦି ଉପସ୍ଥିତ ଥିଲେ । ବ୍ଲକ ସଂମ୍ପାଦକ ତାରାକାନ୍ତ ମିଶ୍ର ସଭା ସଂପାଦନା ଓ ଉଦେଶ୍ୟ ଜ୍ଞାପନ କରିଥିଲେ । ଆଜିର ସଭାରେ ନୂତନ ଭାବରେ ବ୍ଲକ ସମ୍ପାଦକ ଅମୂଲ୍ୟ କୁମାର ବେହେରା, ରାଜ୍ୟ ପରିଷଦ ସଭ୍ୟ ଭାବରେ ଦିଲ୍ଲୀପ ପଧାନ ଓ ଭକ୍ତ ଚରଣ ପୋଢ ମନୋନୀତ ହେଲେ । ସଭାରେ ବିଭିନ୍ନ ବର୍ଗର ଶିକ୍ଷକ ଓ ଶିକ୍ଷା କର୍ମଚାରୀ ମାନଙ୍କ ସମସ୍ୟା ଉପସ୍ଥାପନ କରି ଆଲୋଚନା କରାଗଲା । ଉପସ୍ଥିତ ସଭ୍ୟ ବୃନ୍ଦ ଗୋବିନ୍ଦ ସାହୁ, ମନୋରଞ୍ଜନ ସାହୁ, ଫଗୁନୁ ସାହୁ, ପ୍ରଶାନ୍ତ ପ୍ରଧାନ, ଆନନ୍ଦ ସାହୁ, ଶଙ୍କର ବିଶ୍ୱାଲ, ଦେବେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତ ପ୍ରଦାନ କରିଥିଲେ । ବ୍ଲକ ସଂପାଦକ ତାରାକାନ୍ତ ମିଶ୍ର ଜିଲ୍ଲାସ୍ତରରୁ ରାଜ୍ୟ କାର୍ଯ୍ୟକାରୀ ସଭ୍ୟ ରୂପେ ଯିବାରୁ ବ୍ଲକ ଓଷ୍ଟା ତରଫରୁ ସ୍ୱାଗତ କରାଯାଇଥିଲା । ଶେଷରେ ଅମୂଲ୍ୟ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.