csstore

ବଲାଙ୍ଗିର ମାଲପଡା ନାଗରିକ କମିଟିର ସାଧାରଣ ପରିଷଦ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଲପଡା ନାଗରିକ କମିଟିର ସାଧାରଣ ପରିଷଦ ବୈଠକ ସଭାପତି ଯୁଧିଷ୍ଟିର ମିଶ୍ରଙ୍କ ଅଧ୍ୟକ୍ଷତାରେ ନାଗରିକ କମିଟିର ସାଧାରଣ ପରିଷଦ ବୈଠକ ମାଲପଡା ସ୍ଥିତ ପ୍ରଫେସର ତରୁଣ ମିଶ୍ରଙ୍କ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମାଲପଡାର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା । ବିଶେଷତଃ ମାଲପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦୁଇଟି କୋଠରୀ ଗୃହ ଭାଙ୍ଗି ପଡିଥିବାରୁ ଛାତ୍ରମାନେ ପଢିବାରେ ବ୍ୟାଘାତ ସୃଷ୍ଟି ହେଉଅଛି । ତେଣୁ ସେଠାରେ ଏକ ନୂତନ ଶ୍ରେଣୀଗୃହ ନିର୍ମାଣ କରିବା ପାଇଁ ଶିକ୍ଷା ବିଭାଗର ଡିଇଓ ଓ ବିଇଓ ଏବଂ ଡିପିସି ଆଦିଙ୍କୁ ପତ୍ରଳାପ କରି ସାକ୍ଷାତ କରାଯିବାକୁ ସ୍ଥିର କରାଗଲା । ମାଲପଡାର ନାଳ ନର୍ଦ୍ଦମା ଗୁଡିକ ସଫେଇ ହେଉ ନଥିବାରୁ ନାଳ ନର୍ଦ୍ଦମାରେ ମଶାର ପ୍ରାଦୁର୍ଭାବ ବଢିଯାଇଛି, ଫଳରେ ପଡାର ବାସିନ୍ଦାମାନେ ନାନା ରୋଗରେ ପୀଡିତ ହେଉଥିବା ମତ ପ୍ରକାଶ ପାଇଛି । ତେଣୁ ନାଳ ନର୍ଦ୍ଦମାରେ ମଶା ତେଲ ପକାଇବାକୁ ପୌର ପାଳିକାଙ୍କୁ ସାକ୍ଷାତ କରାଯିବାକୁ ସ୍ଥିର କରାଗଲା । ଆହୁରି ମଧ୍ୟ ଟିକ୍ରାପଡା ସ୍କୁଲର ପ୍ରହରୀ ଛକ ଠାରୁ ଏଫ୍‌ସିଆଇ ଗୋଦାମ ନାଳ ପର୍ଯ୍ୟନ୍ତ ରାସ୍ତାକୁ ସଂଯୋଗିକରଣ କରିବାକୁ ପ୍ରସ୍ତାବ ଗୃହୀତ ହେଲା । ମାଲପଡାରେ ଥିବା ଭୁଜା ମିଲ ଗୁଡିକ ଲୋକଙ୍କ ଠାରୁ ଜିଏସ୍‌ଟି ନାଁରେ ଉଚ୍ଚ ମୂଲ୍ୟ ନେଇ ଠକେଇ କରୁଥିବାରୁ ଏ ବାବଦରେ ସିଟିଓଙ୍କୁ ସାକ୍ଷାତ କରିବାକୁ ସ୍ଥିର କରାଗଲା । ଏହି ସଭାରେ ଉପଦେଷ୍ଟା ପ୍ରଫେସର ତରୁଣ କୁମାର ମିଶ୍ର, ଉପସଭାପତି ଗୋପବନ୍ଧୁ ପୁରୋହିତ, ସଂପାଦକ ପଂଚାନନ ସେଠ, ବାସୁଦେବ ନାଗ, ଆକୁଳ ବେହେରା, ଦିବାକର ହୋତା, ସହସଂପାଦକ ଶ୍ୟାମ ସୁନ୍ଦର ଆଚାର୍ଯ୍ୟ, ଦୟାସାଗର ବଗର୍ତ୍ତି, ସତ୍ୟଜିତ ଯୋଷୀ ଆଦି ଆଲୋଚନାରେ ଭାଗ ନେଇଥିଲେ ।

jayashree
Leave A Reply

Your email address will not be published.