csstore

ଦୁର୍ଗା ପୂଜା କମିଟିର ନୂତନ କର୍ମକର୍ତ୍ତା ନିର୍ବାଚନ ଓ ପ୍ରସ୍ତୁତି ବୈଠକ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ସାର୍ବଜନୀନ ଦୁର୍ଗା ପୂଜା ନିମନ୍ତେ ନୂତନ କର୍ମକର୍ତ୍ତା ନିର୍ବାଚନ ଓ ଏହାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ପ୍ରଶାନ୍ତ ସାମନ୍ତରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂପାଦକ ହେମନ୍ତ ସାହୁ ପୂର୍ବ ବୈଠକର ବିବରଣୀ ଉପସ୍ଥାପନ କରିବା ସହ ଗତବର୍ଷ ଦୁର୍ଗା ପୂଜାର ଆୟ ବ୍ୟୟ ଉପସ୍ଥାପନ କରିଥିଲେ । ପରେ ଚଳିତ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା । ସର୍ବ ସମ୍ମତି କ୍ରମେ ସଭାପତି ଭାବରେ ଚିରାଗ ସିଂହ ଦେଓ, ସଂପାଦକ ତାପସ ମିଶ୍ର, ଉପସଭାପତି ପ୍ରବୀଣ ଦୁବେ (ମଣ୍ଟୁ), ସହ ସଂପାଦକ ପାଣ୍ଡବ ମେହେର, ସାଂସ୍କୃତିକ ସମ୍ପାଦକ ଶିବ ଶଙ୍କର ପଟ୍ଟନାୟକ, ଦାଶରଥି ଧଙ୍ଗଡା ମାଝୀ, ବିଭୂତି ଭୂଷଣ ମହାଖୁଡ, ପୂଜା ମୁଖ୍ୟ ଶିବ ପ୍ରସାଦ ଶତପଥୀ, ସହଯୋଗୀ ପ୍ରଶାନ୍ତ ସାମନ୍ତରା, ମାନ ଭଞ୍ଜନ ଦାଶଙ୍କୁ ମନୋନୀତ କରାଯାଇଥିଲା ।

jayashree
Leave A Reply

Your email address will not be published.