csstore

ଛିନ୍ଦେଇକେଲାରେ ଆଜାଦି କା ତ୍ରିରଙ୍ଗା ମହୋତ୍ସବ ପାଇଁ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଛିନ୍ଦେଇକେଲା ପଞ୍ଚାୟତର ସଭା ଗୃହଠାରେ ଆଜାଦି କା ତ୍ରିରଙ୍ଗା ମହୋତ୍ସବ କାର୍ଯ୍ୟକ୍ରମ ପାଇଁ ସରପଞ୍ଚ ଶ୍ରୀମତୀ ସୁବାସିନୀ ନନ୍ଦଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜାଦି କା ଅମୃତ ମହୋତ୍ସବ ପାଇଁ ଏକ ଶୋଭାଯାତ୍ରା କରିବାର ନିଷ୍ପତ୍ତି କରାଯାଇଛି । ଗ୍ରାମର ସମସ୍ତ ସ୍ୱୟଂ ସହାୟିକା ଗୋଷ୍ଠୀ, ଯୁବକ ସଂଘର ସଦସ୍ୟ, ହାଇସ୍କୁଲ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତଥା ସମସ୍ତ ସଂଗଠନର ସଦସ୍ୟ ଯୋଗଦାନ କରି ନିଜ ନିଜ ମତାମତ ରଖିଥିଲେ । ପଂଚାୟତ ମହିଳା ମଞ୍ଚର ହେମଲତା ସାହୁ, କନକ ରଣା, ଲଷ୍ମୀ ରଣା, ରୂପଦିନୀ ବୁଡ଼େକ, ଅଙ୍ଗନୱାଡି କର୍ମୀ ଗୀତା ସାହୁ, ନଳିନୀ ବଛା, ଆଦର୍ଶ ସାହୁ, ସତ୍ୟ ସାହୁ, ସମାଜ ସେବୀ ନନ୍ଦିକିଶୋର ନନ୍ଦ, ରାକେଶ ସାହୁ, କ୍ଷିତ ସାହୁ ତଥା ପ୍ରାଥମିକ ବିଦ୍ୟାଳୟ ସଭାପତି ସନ୍ତୋଷ ପାଢ଼ୀ, ୱାର୍ଡ ମେମ୍ବର ବିଦ୍ୟାଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.