ମଣ୍ଡି ବ୍ୟବସ୍ଥାକୁ ସ୍ୱଚ୍ଛଳ କରିବା ପାଇଁ ଚାଷୀ ସଙ୍ଗଠନର ବୈଠକ

ବେଲପଡା, (ଅଚ୍ୟୁତ ସିପୁନ ଖମାରୀ) : ବେଲପଡ଼ା ବ୍ଲକରେ ମଣ୍ଡି ବ୍ୟବସ୍ଥାକୁ ସ୍ୱଚ୍ଛଳ କରିବା ପାଇଁ ଅଣ୍ଟା ଭିଡ଼ିଛି ଜୟ କୋସଲ କୃଷକ ସଙ୍ଗଠନ । ପଞ୍ଚାୟତ ପଞ୍ଚାୟତ ବୁଲି ଚାଷୀଙ୍କୁ ସଙ୍ଗଠିତ କରିବା ସହିତ ସଚେତନ କରୁଛି ଏହି ସଙ୍ଗଠନ । ଏହି କ୍ରମରେ ଆଜି ଏକ ପଞ୍ଚାୟତ ସ୍ତରିୟ ବୈଠକ ଧୁମାଭଟା ସ୍ଥିତ ଗୋରୁ ବଜାର ଠାରେ ଅନୁଷ୍ଠିତ ହୋଇଯାଇଛି । ମଣ୍ଡି ବ୍ୟବସ୍ଥାରେ କେବଳ ୧୦ % ଚାଷୀ ଉପକୃତ ହେଉଥିବା ବେଳେ ଅନ୍ୟ ଚାଷୀ ମାନେ ଦଲାଲ ହାତରେ ନିଜର ପରିଶ୍ରମିକକୁ ଟେକି ଦେଇଥାନ୍ତି । ଏଣୁ ସମସ୍ତ ଚାଷୀ କେମିତି ମଣ୍ଡି ବ୍ୟବସ୍ଥାର ଫାଇଦା ଉଠାଇ ପାରିବେ ସେନେଇ ସଙ୍ଗଠନ କାର୍ଯ୍ୟ ଆରମ୍ଭ କରିଛି ବୋଲି ଚାଷୀନେତା ବିନୋଦ ମଲ୍ଲିକ କହିଛନ୍ତି । ଆହୁରି କିଛି ମଣ୍ଡିମାନଙ୍କରେ ଚାଷୀମାନଙ୍କୁ ହଇରାଣ କରାଯାଉଛି । କଟଣି ଛଟଣି ନାଁରେ ଚାଷୀଙ୍କୁ ଲୁଟ୍ କରାଯାଉଛି । ଏଣୁ ଆଗାମୀ ଦିନରେ ଏହା ବିରୋଧରେ ଏକଜୁଟ୍ ହେବାକୁ ଆହ୍ୱାନ କରିଛି ସଙ୍ଗଠନ ।

Leave A Reply

Your email address will not be published.