ବିଶିଷ୍ଟ ମଂଚ ଅଭିନେତା କୃଷ୍ଣ ଚନ୍ଦ୍ର ଆଚାର୍ଯ୍ୟଙ୍କ ପରଲୋକ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ମାଟିର ସୁନାମଧନ୍ୟ ବିଶିଷ୍ଟ ମଂଚ ଅଭିନେତା କୃଷ୍ଣ ଚନ୍ଦ୍ର ଆଚାର୍ଯ୍ୟଙ୍କ ଗତକାଲି ରାତି ପ୍ରାୟ ୧୧ଟା ସମୟରେ ୬୭ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଶତାଧିକ ମଂଚ ନାଟକରେ ଅଭିନୟ କରି ସାରା ଓଡ଼ିଶାର ନାଟ୍ୟଜଗତରେ ସୁପରିଚିତ ସ୍ୱର୍ଗତ ଆଚାର୍ଯ୍ୟ କିଡ଼୍‌ନୀ ରୋଗରେ ଆକ୍ରାନ୍ତ ହୋଇ ସ୍ଥାନୀୟ ବିକାଶ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ପ୍ରାଣ ହରାଇଥିବା ସୂଚନାରେ କୁହାଯାଇଛି । ‘କଖଗ’ ନାଟ୍ୟ ଅନୁଷ୍ଠାନ, ସୌଖୀନ ସଂସ୍ଥା ତଥା ନାଟ୍ୟକଳା ପରିଷଦ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ନାଟ୍ୟଜଗତର ଏହି ତାରକାଙ୍କ ପରଲୋକରେ ସାରା ଓଡ଼ିଶାର ନାଟ୍ୟପ୍ରେମୀ ଜଗତରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.