କ୍ରାନ୍ତିବୀର ବୀର୍ସାମୁଣ୍ଡା ଜୟନ୍ତୀ : ଜମି ଜଳ ଜଙ୍ଗଳ ଜୀବନ ଜୀବିକା ସୁରକ୍ଷା ପାଇଁ ଦୁର୍ବାର ଆନ୍ଦୋଳନ କରିବ ଆଦିବାସୀ ସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଆଦିବାସୀ ଭବନ ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଆନୁକୁଲ୍ୟରେ ବିଶିଷ୍ଠ ସ୍ୱାଧୀନତା ସଂଗ୍ରାମୀ ତଥା କ୍ରାନ୍ତିବୀର ବିର୍ସାମୁଣ୍ଡାଙ୍କ ୧୪୫ତମ ଜନ୍ମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ସଂଘର ଜିଲ୍ଲା ସଭାପତି ବ୍ରଜକିଶୋର ସିଂଭୋଇ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜୟନ୍ତୀ ଉତ୍ସବରେ ପ୍ରଥମେ ସହିଦ ବୀର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି ଉତ୍ସବରେ ଆଦିବାସୀମାନେ ବୀର୍ସାମୁଣ୍ଡା ଦୁର୍ବାର ଆନ୍ଦୋଳନ, ସ୍ୱପ୍ନ ଯଥା ଆଦିବାସୀଙ୍କ ବିକାଶ, ଆଦିବାସୀଙ୍କ ପ୍ରତି ନିର୍ଯାତନା, ଅତ୍ୟାଚାର ଶୋଷଣ ଦମନକୁ ନିବାରଣ କରିବା ପାଇଁ ସାଲିସ ବିହୀନ ସଂଗ୍ରାମ କରିବାକୁ ଶପଥ କରିଥିଲେ । ନକଲି ଆଦିବାସୀ କର୍ମଚାରୀମାନଙ୍କୁ ବହିଷ୍କାର, ଅଣ ଆଦିବାସୀଙ୍କ ଜବରଦଖଲରେ ଥିବା ଆଦିବାସୀ ଜମି ଫେରସ୍ତ, ଜମି, ଜଳ, ଜଙ୍ଗଲ, ଜୀବନ ଜୀବିକାର ସୁରକ୍ଷା, ଆଦିବାସୀ ଭାଷା, ସଂସ୍କୃତି ତଥା ପରଂପରା, ରୀତିନୀତି ଧର୍ମ ସୁରକ୍ଷା କରିବା, ୨୦୨୧ ଜନଗଣନାରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଝାରଖଣ୍ଡ ରାଜ୍ୟ ଭଳିଆ ସ୍ୱତନ୍ତ୍ର ଧର୍ମ ଆଦିବାସୀ ଧର୍ମ ପାଇଁ କୋଡ ବ୍ୟବସ୍ଥା କରିବା, କରୋନା କଟକଣା ଜନିତ ଲକଡାଉନ ସଟଡାଉନ ଯୋଗୁଁ ଆଦିବାସୀଙ୍କ ଜୀବନ ଜୀବିକା ବିପର୍ଯ୍ୟସ୍ତ ଥିବାରୁ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ବ୍ୟବସ୍ଥା କରିବା, ଆଦିବାସୀମାନଙ୍କୁ ବିନା ସୁଧରେ ଋଣ ପ୍ରଦାନ କରିବା, ଅନ୍‌ଲାଇନ ପାଠ ପଢିବା ପାଇଁ ଆଦିବାସୀ ଛାତ୍ର ଛାତ୍ରୀମାନଙ୍କୁ ମାଗଣାରେ ସ୍ମାର୍ଟଫୋନ, ଲାପଟପ ପ୍ରଦାନ, ମାଗଣା ନେଟପ୍ୟାକ୍‌ ପ୍ରଦାନ, ଆଦିବାସୀମାନଙ୍କୁ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ, ଏଟ୍ରୋସିଟି ଏକ୍ଟରେ ଅପରାଧୀମାନଙ୍କୁ ଗିରଫ କରିବା, ସ୍ୱତନ୍ତ୍ର ନିଯୁକ୍ତି ପ୍ରକ୍ରିୟାରେ ରାଜ୍ୟରେ ଖାଲି ପଡିଥିବା ପଦବୀଗୁଡିକ ଆଦିବାସୀ ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ, ଶିଳ୍ପଖଣି ଡ୍ୟାମ ନଦୀବନ୍ଧ ଯୋଜନା ନାମରେ ଆଦିବାସୀଙ୍କୁ ବିସ୍ଥାପନ ବନ୍ଦ କରିବା ବିସ୍ଥାପିତ ଆଦିବାସୀଙ୍କୁ ଥଇଥାନ କ୍ଷତିପୁରଣ ପ୍ରଦାନ କରିବା ଦାବୀରେ ଆନ୍ଦୋଳନକୁ ଦୁର୍ବାର ଓ ପ୍ରଚଣ୍ଡ କରିବାକୁ ଆହ୍ୱାନ ଦେଇଥିଲେ । ଉତ୍ସବରେ ସଂଘର ସଭାପତି ବ୍ରଜ କିଶୋର ସିଂଭୋଇ, ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି, ବ୍ଲକ ସଭାପତି ବଳଦେବ ଭୋଇ, ମୁଖ୍ୟ ଉପଦେଷ୍ଟା ସତ୍ୟନାରାୟଣ ଭୋଇ, ପଦ୍ମନ ପ୍ରଧାନୀ, କାହ୍ନୁଚରଣ ପ୍ରଧାନ, ସନ୍ତୋଷ ପୁଟା, ନିମାଇଁ ଝାଙ୍କର, ବସନ୍ତ ମାଝି, ଶରତ ଚନ୍ଦ୍ର ସିଂଭୋଇ, ବିପ୍ର ବିଶି, ସୁଦାମ ଚରଣ ଭୋଇ, ନିତ୍ୟାନନ୍ଦ ମାଝି, ବନଲତା ମାଝି, ପ୍ରଫୁଲ୍ଲ ତୁମୁନିଆ, ଥବିର ପୁଜାରୀ, କାହ୍ନୁ ଜାନୀ, ରାଜେନ୍ଦ୍ର ମାଝି, ବକୁଲ ମାଝି, ପ୍ରଫୁଲ୍ଲ ପ୍ରଧାନୀ, ନିରଞ୍ଜନ ମାଝି, ଗିରିଧାରୀ ଭୋଇ, ମନବୋଧ ବରିହା, ଘନ ଭୋଇ, ସଂପାଦକ ହେମେନ୍ଦ୍ର ନାଥ ହଂସଦ, ଦଶରଥ ଛତ୍ରିଆ, ବିକ୍ରମ ଭେଇ ଉପସ୍ଥିତ ଥିଲେ ।

Leave A Reply

Your email address will not be published.