କରୋନା ଗାଇଡ ଲାଇନ୍ ଆଧାରରେ ଚାଲିଛି କାଳୀ ପୂଜା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ହନୁମାନ ପଡା ସ୍ଥିତ କାଳୀ ମଣ୍ତପରେ ସାର୍ବଜନିକ କାଳୀ ପୂଜା କମିଟି ତରଫରୁ କରୋନା ଗାଇଡ ଲାଇନ୍ ଆଧାରରେ ଏକ ନିଡାରମ୍ବର ପରିବେଶ ଭିତରେ ମାଁ ଶ୍ୟାମା କାଳୀଙ୍କ ପୂଜନୋତ୍ସବ ଚାଲିଛି । ଗତ କାଲି ସନ୍ଧ୍ୟାରେ ସୀମିତ ସଂଖ୍ୟକ ବ୍ୟକ୍ତି ବିଶେଷଙ୍କୁ ନେଇ ଖଣ୍ତାଧୂଆ ତଥା କଳସ ଯାତ୍ରା ଶୋଭାଯାତ୍ରା ବାହାରି ଥିଲା । ଆଗାମୀ ୧୮ ତାରିଖ ଯାଏ ଏଇ ପୂଜନୋତ୍ସବ ଅନୁଷ୍ଠିତ ହୋଇ ଘଟ ବିସର୍ଜନ କରାଯିବାର କାର୍ୟ୍ୟକ୍ରମ ରହିଛି । ପୂଜା ମଣ୍ତପକୁ ମାକ୍ସ ପିନ୍ଧି, ସାମାଜିକ ଦୂରତା ରକ୍ଷା କରି ଭକ୍ତ ମାନେ ଦେବୀଙ୍କ ଦର୍ଶନ କରିବାକୁ ଯାଉଛନ୍ତି । ଭକ୍ତ ମାନଙ୍କର ପ୍ରଦତ୍ତ ଭୋଗ ତଥା ପୂଜା ଥାଳିରେ ଟଙ୍କା ପଇସା ହେବା ଇତ୍ୟାଦି କୁ ପୂଜା କମିଟି ତରଫରୁ ନିଷିଦ୍ଧ କରି ଦିଆ ଯାଇଛି । କରୋନା କଟକଣା ଯୋଗୁଁ ବହୁ ଚର୍ଚ୍ଚିତ ” କାକରା ଭୋଗ ” କାର୍ୟ୍ୟକ୍ରମକୁ ଏ ଥରକ ପାଇଁ ସ୍ଥଗିତ ରଖାଯାଇଛି । ସେ ଯାହାବି ହେଉ ଖାଁ ଖାଁ ପରିବେଶ ଭିତରେ ରୀତିନୀତି ଅନୁସାରେ କେବଳ ପୂଜାର୍ଚ୍ଚନା ଚାଲିଛି ।

Leave A Reply

Your email address will not be published.