pakka

ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ : କୋଭିଡ କଟକଣା ଅନୁଯାୟୀ ପାଳନ ହେବ ସ୍ୱାଧୀନତା ଦିବସ

kalikesh

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ମହକୁମାଠାରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କୋଭିଡ-୧୯ କଟକଣା ଅନୁସାରେ ଚଳିତ ବର୍ଷ ମନୋହରପୁର ରିଜର୍ଭ ପୋଲିସ ପଡିଆରେ ସୀମିତ ଅତିଥିଙ୍କ ଉପସ୍ଥିତିରେ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବ । ସ୍ୱାଧୀନତା ଦିବସ ତା୧୫/୮/୨୦୨୨ରିଖ ପ୍ରାତଃ ସମୟରେ ସହରରେ ରମାଧୂନ ପ୍ରଚାର କରାଯିବ । ସକାଳ ୭ଟା୩୦ ମିନିଟ ସମୟରେ ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ସକାଳ ୭ଟା ୪୫ ମିନିଟ ସମୟଠାରୁ ସହର ମଧ୍ୟରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିର୍ରେ ମାଲ୍ୟାର୍ପଣ କରାଯିବ । ସ୍ୱାଧୀନତା ଦିବସର ମୁଖ୍ୟ ଅତିଥଙ୍କ ଦ୍ୱାରା ପୂର୍ବାହ୍ନ ୯ଟା ୧୫ମିନିଟ ସମୟରେ ମନୋହରପୁର ରିଜର୍ଭ ପୋଲିସ ପଡିଆରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜାତୀୟ ପତାକା ଉତ୍ତୋଳନ କରଯିବ । ଚଳିତ ବର୍ଷ ମଧ୍ୟ କୋଭିଡ ନିୟମ ଅନୁସାରେ କେବଳ ପୋଲିସ ବ୍ୟାଣ୍ଡ ଏବଂ ପୋଲିସ କଣ୍ଟିନଜେଣ୍ଟ ଅଂଶ ଗ୍ରହଣ କରିବେ । ସ୍ୱାଧୀନତା ଦିବସ ସମାରୋହରେ କୌଣସି ବିଦ୍ୟାଳୟ ଅଥବା ମହାବିଦ୍ୟାଳୟର ପ୍ଲାଟୁନ/ କଣ୍ଟିନ୍‌ଜେଣ୍ଟ ଅଂଶ ଗ୍ରହଣ କରିବେ ନାହିଁ । ପ୍ୟାରେଡ ପଡିଆରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବନାହିଁ । ସେହିପରି ଉତ୍ସବସ୍ଥଳକୁ ସର୍ବ ସାଧାରଣଙ୍କ ସମାଗମକୁ ବାରଣ କରାଯାଇଛି । ସ୍ୱାଧୀନତା ଦିବସ ଉତ୍ସବରେ ପ୍ୟାରେଡ କିମ୍ବା ମାର୍ଚ୍ଚପାଷ୍ଟ ହେବ ନାହିଁ । ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ବଲାଙ୍ଗିର ଉପଜିଲ୍ଲାପାଳ ଲମ୍ବୋଦର ଧରୁଆ, ପିଡିଡୁଡା ସୁଦର୍ଶନ ସଏ, ଅତିରିକ୍ତ ପିଡି ଡିଆର୍‌ଡିଏ ଡ. ଗୁଣନିଧି ନାଏକଙ୍କ ସମେତ ସଂପୃକ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ବିବରଣୀ ଉପସ୍ଥାପନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

pp
Leave A Reply

Your email address will not be published.

five × 5 =