pakka

ବଲାଙ୍ଗିର ଜିଲ୍ଲାରେ ଭୋଟର ତାଲିକାରେ ସଂଶୋଧିତ ରୂପାନ୍ତରିତ ପଞ୍ଜିକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଭୋଟର ତାଲିକା ସଂଶୋଧିତ ରୂପାନ୍ତରିତ ପଞ୍ଜିକରଣ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ କରାଯାଇଛି । ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ରାଜନୈତିକ ଦଳର ପ୍ରତିନିଧି ଓ ଗଣମାଧ୍ୟମର ପ୍ରତିନିଧିଙ୍କ ଉପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ମହେନ୍ଦ୍ର କୁମାର ମହାପାତ୍ର ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଆଇନ ଓ ବିଚାର ବିଭାଗ ମନ୍ତ୍ରଣାଳୟର ତା ୧୭/୭/୨୦୨୨ର ବିଜ୍ଞପ୍ତି ଦ୍ୱାରା ଲୋକ ପ୍ରତିନିଧି ଆଇନ-୧୯୫୦ ଧାରା ୨୮ ଅନୁସାରେ ଭୋଟର ପଞ୍ଜିକରଣ(ସଂଶୋଧନ) ଆଇନ-୨୦୨୨ରେ ପଞ୍ଜିକରଣ କରାହେବ । ପଞ୍ଜିକରଣ ଫର୍ମରେ କେତେକ ସଂଶୋଧନ କରାଯାଇଛି । ରୂପାନ୍ତରିତ ପଞ୍ଜିକରଣ ଫର୍ମ ୨୦୨୨ ମସିହା ଅଗଷ୍ଟ ୧ ତାରିଖରୁ କାର୍ଯ୍ୟକାରୀ ହେବ । ପଞ୍ଜିକରଣ ଫର୍ମରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ଗୁଡିକ ମଧ୍ୟରେ ପୂର୍ବରୁ ଫର୍ମ ନମ୍ବର ୬ରେ ନୂଆ ଭୋଟର ପଞ୍ଜିକରଣ ଏବଂ ଗୋଟିଏ ନିର୍ବାଚନ ମଣ୍ଡଳୀରୁ ଅନ୍ୟ ଗୋଟିଏ ନିର୍ବାଚନ ମଣ୍ଡଳୀକୁ ସ୍ଥାନାନ୍ତରଣ ସୁବିଧା ଥିବା ବେଳେ ବର୍ତ୍ତମାନ କେବଳ ନୂତନ ଭୋଟରଙ୍କ ପଞ୍ଜିକରଣ କରାଯିବ । ଫର୍ମ ୬(କ)ରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଫର୍ମ-୭ରେ ପୂର୍ବରୁ ଭୋଟର ତାଲିକାରୁ ନାମ ବାଦ ଦେବା/ନାମ ଅନ୍ତର୍ଭୁକ୍ତ ଥିଲେ ଆପତ୍ତି-ଅଭିଯୋଗ କରିବା ପାଇଁ ଆବେଦନ କରାଯାଉଥିଲା । ବର୍ତ୍ତମାନ ଫର୍ମ-୭ ସହ ମୃତ୍ୟୁ ପ୍ରମାଣପତ୍ର ସଂଲଗ୍ନ କରାଯିବ । ସେହିପରି ଫର୍ମ ନମ୍ବର ୮ରେ ପୂର୍ବରୁ ଭୋଟର ତାଲିକାରେ ତୃଟିଥିବା ବିବରଣୀ ଗୁଡିକର ସଂଶୋଧନ କରାଯାଇଥିଲା, ବର୍ତ୍ତମାନ ନିର୍ବାଚନ ମଣ୍ଡଳୀ ମଧ୍ୟରେ କିମ୍ବା ବାହାରକୁ ବାସସ୍ଥାନ ସ୍ଥାନାନ୍ତରଣ ନିମନ୍ତେ, ଭୋଟର ତାଲିକାରେ ଥିବା ବିବରଣୀର ସଂଶୋଧନ ନିମନ୍ତେ, ଭୋଟର ପରିଚୟ ପତ୍ର ବଦଳ କରିବା ଏବଂ ଦିବ୍ୟାଙ୍ଗ ଭୋଟରଙ୍କ ଚିହ୍ନଟ ନିମନ୍ତେ କାର୍ଯ୍ୟକାରୀ କରାଯିବ । ଏତଦ୍‌ ବ୍ୟତୀତ ସ୍ୱେଚ୍ଛାକୃତ ଭାବେ ଭୋଟରଙ୍କ ଠାରୁ ଆଧାର ବିବରଣୀ ସଂଗ୍ରହ କରାଯିବ । ଲୋକ ପ୍ରତିନିଧି ଆଇନ-୧୯୫୦ ଧାରା ୨୩ରେ ସଂଶୋଧନ କରାଯାଇ ପ୍ରଚଳିତ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ଭୋଟର ଏବଂ ଭୋଟର ତାଲିକାରେ ନାମ ପଞ୍ଜିକରଣ କରିବାକୁ ଥିବା ଭୋଟରମାନେ ସେମାନଙ୍କ ଆଧାର ବିବରଣୀ ସ୍ୱେଚ୍ଛାକୃତ ଭାବେ ପ୍ରଦାନ କରିବେ । ଏଥି ନିମନ୍ତେ ନିର୍ବାଚନ ପଞ୍ଜିକରଣ ଆଇନ-୧୯୬୦ ସଂଶୋଧନ କରାଯାଇଛି । ତା୦୧/୦୪/୨୦୨୩ରିଖ ସୁଦ୍ଧା ଭୋଟର ତାଲିକା ଭୁକ୍ତ ହୋଇଥିବା ଭୋଟରମାନେ ସେମାନଙ୍କ ଆଧାର ନମ୍ବର ନିର୍ବାଚନ ପଞ୍ଜିକରଣ ଅଧିକାରୀଙ୍କୁ ଜଣାଇବେ । ଆଧାର ବିବରଣୀ ଦାଖଲ କରିବା ନିମନ୍ତେ ଏକ ନୂତନ ଫର୍ମ ୬(ଖ) ପ୍ରଚଳନ କରାଯାଇଛି । ଏହି ନିର୍ବାଚନ କମିଶନରଙ୍କ ୱେବ ସାଇଟ ERONET, GARUDA, NVSP, VHAରେ ଅଗଷ୍ଟ ୧ ତାରିଖ ପୂର୍ବରୁ ଉପଲବ୍ଧ ହେବ । ବର୍ତ୍ତମାନ ଭୋଟର ତାଲିକାରେ ନାମ ପଞ୍ଜିକରଣ ନିମନ୍ତେ ଗୋଟିଏ ଯୋଗ୍ୟତା ସୂଚକ ତାରିଖ ପରିବର୍ତ୍ତେ ୪ ଗୋଟି ଯୋଗ୍ୟତା ସୂଚକ ତାରିଖ ଯଥା ଜାନୁଆରୀ ୧ ତାରିଖ, ଅପ୍ରେଲ ୧ ତାରିଖ, ଜୁଲାଇ ୧ ତାରିଖ ଓ ଅକ୍ଟୋବର ୧ ତାରିଖ ରଖାଯାଇଛି । ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ଗଣମାଧ୍ୟମର ପ୍ରତିନିଧି, ଭାରପ୍ରାପ୍ତ ଅଧିକାରୀ(ନିର୍ବାଚନ) ଫାଲଗୁନୀ ଶବର ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

twelve − six =