pakka

ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ପକ୍ଷରୁ ସମ୍ବଲପୁରୀ ଦିନ ପାଳିତ

l2

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଅଗଷ୍ଟ ମାସ ୧ ତାରିଖରେ କବି ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀକୁ ପଶ୍ଚିମ ଓଡ଼ିଶାରେ ପ୍ରତିବର୍ଷ ସମ୍ବଲପୁରୀ ଦିନ ଭାବେ ପାଳନ କରାଯାଏ । ସେ ଥିଲେ ଏକାଧାରରେ ଜଣେ କବି, ସମାଜସେବୀ ଏବଂ ଶିକ୍ଷାବିତ । ସମ୍ବଲପୁରୀ ଭାଷା ସଂସ୍କୃତି ପ୍ରତି ତାଙ୍କ ଅବଦାନ ଅତୁଳନୀୟ ଅଟେ । ଆଜି ବରଗଡ଼ଠାରେ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ପକ୍ଷରୁ ତାଙ୍କ ଜୟନ୍ତୀ ଉତ୍ସବ ସମ୍ବଲପୁରୀ ଦିନ ପାଳନ କରିଥିଲେ । ସମ୍ବଲପୁରୀ ବାଦ୍ୟ ଯଥା ଢୋଲ, ନିଶାନ, ତାସା ବାଜାରେ ମଞ୍ଚର ସଭ୍ୟମାନେ ଏକ ଶୋଭାଯାତ୍ରାରେ ବରଗଡ଼ ସହର ବୁଲି ଥିଲେ । ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ସହ ବିଭିନ୍ନ ସାମାଜିକ ଅନୁଷ୍ଠାନ ମଧ୍ୟ ଏଥିରେ ସାମିଲ ହୋଇଥିଲେ । ମାଁ ସମଲେଇ ମନ୍ଦିରଠାରେ ପୂଜାର୍ଚ୍ଚନା କରି ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ଆମ ଭାଷା, ସଂସ୍କୃତି, ପରମ୍ପରା ସମ୍ବଲପୁରୀ ବୋଲି ନାରା ଦିଆ ଯାଇଥିଲା । ଶେଷରେ ଭିଏସଏସ ଛକ ସ୍ଥିତ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

pp
Leave A Reply

Your email address will not be published.

fifteen + 12 =