pakka

ଓଡିଶା ବନାଞ୍ଚଳ ପ୍ରକଳ୍ପ ସମୀକ୍ଷା ବୈଠକ

bbehera

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ବିରନରସିଂପୁର ନର୍ସରୀଠାରେ ବୌଦ୍ଧ ବନଖଣ୍ଡ ଅଧିକାରୀଙ୍କ ସଭାପତିତ୍ଵରେ ଓଡିଶା ବନାଞ୍ଚଳ ପ୍ରକଳ୍ପ ଦ୍ଵିତୀୟ ପର୍ଯ୍ୟାୟ ସମୀକ୍ଷା ୨୦୨୧-୨୨ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ବନଖଣ୍ଡରେ ଓଡିଶା ବନ ଉନ୍ନୟନ ପ୍ରକଳ୍ପ ଦ୍ଵାରା କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଯଥା ବନ ସୁରକ୍ଷା ସମିତି ଗଠନ, ଅଣୁଯୋଜନା ପ୍ରସ୍ତୁତି, ଉଜୁଡା ଜଙ୍ଗଲର ପୁନରୁଦ୍ଧାର ତଥା ଗ୍ରାମବାସୀଙ୍କ ଆର୍ଥିକ ଉନ୍ନତି ପାଇଁ ସମୀକ୍ଷା ୨୦୨୧-୨୨ ବୈଠକରେ ଆଲୋଚନା କରାଯାଇଥିଲା । ଏଥିସହ ପରିଚାଳନା କାର୍ଯ୍ୟାଳୟ ଓ ତିନିଗୋଟି ବନାଞ୍ଚଳ ଅନ୍ତର୍ଗତ ବିଭିନ୍ନ ବନ ସୁରକ୍ଷା ସମିତି, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ପ୍ରସ୍ତୁତ ଉପକରଣ ଓ ଉନ୍ନୟନ କାର୍ଯ୍ୟ ସମନ୍ଧିତ ଫୋଟଚିତ୍ରକୁ ନେଇ ଏକ ପଦର୍ଶନୀ ଆୟୋଜନ ହୋଇଥିଲା । କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସଭାପତି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ନିମନ୍ତ୍ରିତ ଅତିଥି ଭାବେ ଭୁବନେଶ୍ୱର ସ୍ଥିତ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ଉପ ନିର୍ଦେଶକ ସୁଦର୍ଶନ ଖୋରା ତଥା ବିଭିନ୍ନ ବିଭାଗର ପ୍ରମୁଖ ଯୋଗ ଦେଇଥିଲେ । ପ୍ରକଳ୍ପ ନିର୍ଦେଶକ ଅଶ୍ଵିନୀ କୁମାର ମେହେର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବୌଦ୍ଧ ବନାଞ୍ଚଳ ଅନ୍ତର୍ଗତ ୨୦୨୧-୨୨ ବର୍ଷ ମଧ୍ୟରେ ହୋଇଥିବା ବିଭିନ୍ନ କାର୍ଯ୍ୟର ପୁଖାନୁପୁଙ୍ଖ ସମୀକ୍ଷା ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ବିଶେଷ ଭାବେ ଗଠନ କରାଯାଇଥିବା ବନ ସୁରକ୍ଷା ସମିତି, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ବର୍ଗୀକରଣ, ଉଜୁଡା ଜଙ୍ଗଲର ପୁନଃ ଉଦ୍ଧାର ତଥା ଗ୍ରାମବାସୀଙ୍କ ଆର୍ଥିକ ଉନ୍ନତି ପାଇଁ ଅଣୁ ଯୋଜନା ପ୍ରସ୍ତୁତି ଓ ବନ ସୁରକ୍ଷା ସମିତିର ଦକ୍ଷତା ବୃଦ୍ଧି, ଜୈବବିବିଧତା ଓ ବିଭିନ୍ନ ରୋଜଗାର ପନ୍ଥା ପ୍ରଭୃତି ଉପରେ ଆଲୋଚନା ସହ ଗୁରୁତ୍ଵାରୋପ କରାଯାଇଥିଲା । କାର୍ଯ୍ୟକ୍ରମକୁ ପିପିଟି ମାଧ୍ୟମରେ ଦର୍ଶଯାଇଥିଲା । ଜାପାନ ଆନ୍ତର୍ଜାତିକ ସହଯୋଗ ସଂସ୍ଥା ଓ ଓଡିଶା ସରକାରଙ୍କ ମିଳିତ ସହଯୋଗରେ ଆଗାମୀ ଦଶ ବର୍ଷ ପାଇଁ କାର୍ଯ୍ୟାରମ୍ଭ କରିଥିବା ଏହି ପ୍ରକଳ୍ପ ଜରିଆରେ ଜଙ୍ଗଲ ଓ ଜୀବଜନ୍ତୁଙ୍କ ସୁରକ୍ଷା ସହ ଜଙ୍ଗଲ ଉପରେ ନିର୍ଭରଶୀଳ ଗ୍ରାମବାସୀମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ଆଲୋଚନା ହୋଇଥିଲା । ପ୍ରକଳ୍ପ କାର୍ଯ୍ୟାରମ୍ଭର ୨୦୨୦-୨୧ ବର୍ଷ ମଧ୍ୟରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ବିଭିନ୍ନ ସାମଗ୍ରୀ ଯଥା ଅଗରବତୀ, ପ୍ୟାକେଜିଙ୍ଗ ହୋଇଥିବା ବିଭିନ୍ନ ଡାଲି ଜାତୀୟ ଶସ୍ୟ ପ୍ରଦର୍ଶିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସହକାରୀ ବନ ସଂରକ୍ଷକ ଜିତେନ୍ଦ୍ର ବେହେରା, ବନଖଣ୍ଡର କର୍ମଚାରୀ ଶିବଦତ୍ତ ଅଗସ୍ତି ପ୍ରମୁଖ ପରିଚାଳନା କରିଥିଲେ ।

jay balangir
Leave A Reply

Your email address will not be published.

1 + two =

error: Content is protected !!