pakka

ପଶ୍ଚିମ ଓଡ଼ିଶା ଲୋକକଳା ପୁନରୁଦ୍ଧାର ପରିଷଦର ବାର୍ଷିକ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ପଶ୍ଚିମ ଓଡ଼ିଶା ଲୋକକଳା ପୁନରୁଦ୍ଧାର ପରିଷଦ ବଲାଙ୍ଗିରର ବାର୍ଷିକ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ ପାଟଣାଗଡ଼ ସ୍ଥିତ ସାରଦା ହଷ୍ଟେଲର ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ଜିଲ୍ଲା ସଭାପତି ଅମିଲ ପୁଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ୧୪ ଟି ବ୍ଳକର କର୍ମକର୍ତ୍ତା ସଦସ୍ୟମାନେ ଯୋଗଦେଇଥିଲେ । ପ୍ରାରମ୍ଭରେ କେତେ ଜଣ ଦିବ୍ୟଗତ କଳାକାରଙ୍କ ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରିଷଦର ଜିଲ୍ଲା ସଂଯୋଜକ ତଥା ବିଶିଷ୍ଟ ପାଲା ଗୁରୁ ଗାୟକ ରସରାଜ ବୁଡେକ ଜଗନ୍ନାଥଙ୍କ ଏକ ଭଜନ ସୁମଧୁର କଣ୍ଠସ୍ୱରରେ ଗାଇ ଶୁଣାଇଥିଲେ । ବୈଠକରେ ରାଜ୍ୟ ସରକାରଙ୍କ କଳାକାରମାନଙ୍କ ପାଇଁ ପ୍ରଣିତ କଳାକାର ଭତ୍ତା ଯୋଜନା, ଭାଗବତ ଟୁଙ୍ଗି ପାଇଁ ଅନୁଦାନ ପାଇଁ ଆବେଦନକୁ କାର୍ଯ୍ୟକାରୀ କରି ଅନୁଦାନ ଯୋଗାଇ ଦେବା । ଜଗନ୍ନାଥ ସଂସ୍କୃତି, କଳାକାରମାନଙ୍କ ହକ୍ ଏବଂ କଳାକାର ଭତ୍ତା ପାଇବା ପାଇଁ ଆବେଦନ କରାଯାଇଥିଲେ ମଧ୍ୟ ଦୀର୍ଘ ଦିନ ହେବ ଅନେକ କଳାକାର ଭତ୍ତା ପାଇବାରୁ ବଞ୍ଚିତ ହେଉଥିବା ଯୋଗୁଁ ତୁରନ୍ତ କାର୍ଯ୍ୟକାରୀ କରିବା ଉପରେ ଜିଲ୍ଲା ସଭାପତି ଅମିଲ ପୁଟେଲ, ରସରାଜ ବୁଡେକ, କର୍ପୁଚନ ଛତ୍ରିଆ ମତପ୍ରକାଶ କରିଥିଲେ । ଏହାକୁ ତ୍ୱରାନ୍ୱିତ କରିବାକୁ ବିଭାଗୀୟ ଅଧିକାରୀମାନଙ୍କର ଦୃଷ୍ଟି ଆକର୍ଷଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ପାଟଣାଗଡ଼ ବ୍ଲକର (ବିକେଏସ୍‌ଏସ୍‌) କମିଟି ପୁନଃ ଗଠନ ପାଇଁ ଚିଠି ଆସିଥିଲେ ମଧ୍ୟ ମିଟିଂ କରାଯାଇ ନଥିବା ବେଳେ ଡିସିଓଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ପରିଷଦର ବାର୍ଷିକ ଉତ୍ସବ ପାଳନ କରିବା ପାଇଁ ପ୍ରତ୍ୟେକ ବ୍ଳକ ଓ ପଞ୍ଚାୟତ ସ୍ତରରେ କଳାକାର ସଚେତନତା ଶିବିର ଆୟୋଜନ କରିବା, ଯୋଗ୍ୟ କଳାକାରମାନେ କିପରି କଳାକାର ଭତ୍ତା ପାଇପାରିବେ ଆଦି ବିଷୟ ଆଲୋଚନା କରାଯାଇଥିଲା । ଅନୁଷ୍ଠାନର ସଂପାଦକ ମିନକେତନ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିବା ସହ ସଭା ପରିଚାଳନା କରିଥିଲେ । ଏଥିରେ ବଙ୍ଗୋମୁଣ୍ଡା ବ୍ଳକ ସଭାପତି ଜଗଦୀଶ ଭୋଇ, ଟିଟିଲାଗଡ଼ ସଂଯୋଜକ ଗୋଳାପ ଜେନା, ଦେଓଗାଁ ବ୍ଲକ ସଭାପତି ଚେରମେନ ବୁଦ୍ଧିଆ, ଲୋଇସିଂହା ବ୍ଳକ ସଭାପତି ପ୍ରଭାକର ସିଂ, ପାଟଣାଗଡ଼ ବ୍ଲକ ସଂଯୋଜକ ନିଲମଣି ପଟେଲ, ଖପ୍ରାଖୋଲ ବ୍ଳକ ସଂଯୋଜକ ସୁନାରାମ ପୁଟେଲ, ବେଲପଡା ବ୍ଳକ ସଭାପତି ନରେନ୍ଦ୍ର ମେହେର, ବ୍ଳକ ସଂଯୋଜକ ଜବାହରଲାଲ ସାହୁ, ପାଟଣାଗଡ଼ ବ୍ଲକ ସଭାପତି କିଶୋର ସାହୁ, ସଂଯୋଜକ ଜୟସିଂ ବଢିଆ, ଖପ୍ରାଖୋଲ ବ୍ଳକ ସଭାପତି ଶୋଭାକର ବାରିକ, ସଂଯୋଜକ ସୁବାଷ ବର୍ଗତ୍ତି ପ୍ରମୁଖଙ୍କ ସହ ୪୦ ଜଣ କର୍ମକର୍ତ୍ତା ସଦସ୍ୟମାନେ ଯୋଗଦେଇଥିଲେ । ସୁନାରାମ ପୁଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

one × three =

error: Content is protected !!