oom

କନ୍ଧମାଳ ଦଙ୍ଗା ଘଟଣାରେ ପ୍ରମାଣ ଅଭାବରୁ ୩୨ଜଣ ନିର୍ଦୋଷରେ ଖଲାସ

jsmm

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଜଳେଶପଟ୍ଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସମେତ ଚାରି ଜଣ ସହଯୋଗୀ ଅଜଣା ଆତତାୟୀଙ୍କ ଗୁଳିରେ ନିହତ ହୋଇଥିଲେ । ଏହାକୁ ନେଇ ପରବର୍ତ୍ତୀ ସମୟରେ ସମଗ୍ର କନ୍ଧମାଳରେ ଦଙ୍ଗା ଭଳି ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଥିଲା । ଏହି ଘଟଣାରେ ସଂଶ୍ଲିଷ୍ଟ ଥିବା ଅଭିଯୋଗରେ ବହୁ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ଏକ ମାମଲାର ବିଚାର କରି ବାଲିଗୁଡା ଅତିରିକ୍ତ ସେସନ ଜଜ୍ ଦୀପଙ୍କର ପଟ୍ଟନାୟକ କନ୍ଧମାଳ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ୩୨ଜଣଙ୍କୁ ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ କରିଛନ୍ତି । ପ୍ରକାଶ ଯେ, ଦାରିଙ୍ଗବାଡି ଥାନା କେସ ନଂ.୫୭/ତା.୦୨.୦୯.୨୦୦୮ ପ୍ରକାରେ ଏକ ମକଦ୍ଦମା ରୁଜୁ ହୋଇଥିଲା । ଉକ୍ତ ମକଦ୍ଦମାକୁ ଭିର୍ତ୍ତି କରି କେସ ଚାଲିଥିଲା । ତାହାର ଶୁଣାଣିରେ କନ୍ଧମାଳ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ୩୨ଜଣଙ୍କୁ ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ କରିଛନ୍ତି । ଏହି ମକଦ୍ଦମାକୁ ବାଲିଗୁଡାର ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ର କୁମାର ପାତ୍ର ପରିଚାଳନା କରୁଥିଲେ ।

jittmm
Leave A Reply

Your email address will not be published.