pakka

ଅସହାୟ ବୃଦ୍ଧଙ୍କୁ ସଲେପାଲି ଜରାଶ୍ରମରେ ପହଞ୍ଚାଇଲେ ମାହେଶ୍ୱରୀ ସଂଗଠନ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଳକ କୁଡାସିଂହା ଗାଁର ଜଣେ ବୟସ୍କ ବ୍ୟକ୍ତି ବୁଡୁ ମାଝୀ, ଯିଏ କି ଏହି ଗାଁରେ ଘରଜ୍ଵାଇଁ ଭାବେ ଦୀର୍ଘ ବର୍ଷ ଧରି ରହି ଆସୁଥିଲେ । କିଛି ବର୍ଷ ପୂର୍ବେ ପତ୍ନୀଙ୍କ ଦେହାନ୍ତ ହେବା ସହ ସେ ନିଜେ ଭୀଷଣ ରୋଗାଗ୍ରସ୍ତ ହୋଇ ଏକ ପ୍ରକାର ପକ୍ଷାଘାତ ପୀଡିତ ହୋଇ ନିସହାୟ ହୋଇପଡିଥିଲେ । କିଛି ଦିନ ଅନ୍ୟମାନଙ୍କ ଭରସାରେ ରହିବା ପରେ କୁଡ଼ାସିଂହା ବସଷ୍ଟାଣ୍ଡରେ ଥିବା ଯାତ୍ରୀ ପ୍ରତୀକ୍ଷାଳୟ ଠାରେ ଅନେକ ଦିନ ହେଲା ପଡିରହିଥିଲେ । ମାହେଶ୍ଵରୀ ପରିଚାଳନା ନିର୍ଦେଶକ ଅଙ୍କୁଶ ପାଣ୍ଡିଆ ତଥା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକରୀଙ୍କ ପରାମର୍ଶ କ୍ରମେ କୁଡ଼ାସିଂହା ଶାଖା ସଭାପତି ଲୋକନାଥ ପଧାନ, ସଂଯୋଜକ ମନୋରଞ୍ଜନ ଝାଙ୍କର, ପ୍ରକାଶ ପୁଟେଲ ଏବଂ ପରେଶ ସାହୁଙ୍କ ସହଯୋଗରେ ଆଜି ଦେଓଗାଁ ବ୍ଲକ୍ ସାଲେପାଲି ସ୍ଥିତ ଗ୍ରାମ ମଙ୍ଗଳ ପାଠାଗାର ଜରାଶ୍ରମରେ ପହଞ୍ଚାଇ ଦିଆଯାଇଥିଲା । ଆଜି ପର୍ଯ୍ୟନ୍ତ ସେ ବାର୍ଦ୍ଧକ୍ୟ ଭତ୍ତାରୁ ମଧ୍ୟ ବଞ୍ଚିତ ଥିବାରୁ ସଂଗଠନ ତରଫରୁ ଭତ୍ତା ପାଇଁ ଆବେଦନ କରାଯାଇଛି ।

jay balangir
Leave A Reply

Your email address will not be published.

one × 5 =

error: Content is protected !!